୫ ଲକ୍ଷ ଟଙ୍କାରେ ବଜ୍ରକାପ୍ତା ଡିଲ୍‌ , ଅଭିଯୁକ୍ତ ଗିରଫ

ନବରଙ୍ଗପୁର,,୨୧।୧:ନବରଙ୍ଗପୁର ଜିଲ୍ଲାର   ଗତ ୧୪ ତାରିଖ କୋଡ଼ିଙ୍ଗା ରେଞ୍ଜ ଅଂଚଳରେ ବଜ୍ରକାପ୍ତା ଡିଲ୍‌ ବେଳେ ମାଡ଼ି ବସିଥିଲା ବନ ବିଭାଗ। ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ବନ ବିଭାଗ।୧୫ ଲକ୍ଷ ଟଙ୍କାରେ ବଜ୍ରକାପ୍ତା ଡିଲ୍‌ ବେଳେ ମାଡ଼ି ବସିଲା ବନ ବିଭାଗ। ଏହି ଅଭିଯୋଗରେ ଜଣକୁ ଗିରଫ କରିଛି। ଏପରି ଅଭିଯୋଗ ନବରଙ୍ଗପୁରରୁ ଆସିଛି। ସପ୍ତାହ ଭିତରେ ଏହା ହେଉଛି ଦ୍ୱିତୀୟ ଘଟଣା। ଯାହାକୁ ନେଇ ପରିବେଶବିତଙ୍କ ମଧ୍ୟରେ ଉଦ୍‌ବେଗ ପ୍ରକାଶ ପାଉଛି।ନନ୍ଦାହାଣ୍ଡି ବ୍ଲକ୍‌ ବି.ମାଳିଗୁଡା ଗାଁ ନିକଟରେ ୧୫ ଲକ୍ଷ ଟଙ୍କାରେ ବଜ୍ରକାପ୍ତା ଡିଲ୍‌ ହେଉଥିଲା। ବନ ବିଭାଗ ଏ ସମ୍ପର୍କରେ ସେଠାରେ ପହଞ୍ଚିଥିଲା। ବଜ୍ରକାପ୍ତା ଡିଲ୍‌ ବେଳେ କୋରାପୁଟ ଜିଲ୍ଲା କେନ୍ଦୁଗୁଡା ଗାଁର ଅରୁଣ ମୁଦୁଲିଙ୍କୁ ମାଡ଼ି ବସିଥିଲା। ତେବେ ଅନ୍ୟ ଜଣେ ସେଠାରୁ ଚମ୍ପଟ ମାରିଥିଲା। ଉଦ୍ଧାର ହୋଇଥିବା ବଜ୍ରକାପ୍ତାଟି ପ୍ରାୟ ୧୦ କେଜି ବନ ଖଣ୍ଡ ଅଧିକାରୀ କହିଛନ୍ତି। ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି। ଉଦ୍ଧାର ହୋଇଥିବା ବଜ୍ରକାପ୍ତାକୁ ଜଙ୍ଗଲରେ ଛାଡ଼ି ଦିଆଯାଇଥିବା ଜଣାପଡ଼ିଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!