ଭୁବନେଶ୍ୱର,୨୧।୧: ଆସୁଛି ସାଧାରଣତନ୍ତ୍ର ଦିବସ; ସାରା ଦେଶ ପାଳିବ ୭୫ତମ ସାଧାରଣତନ୍ତ୍ର ଦିବସ । ଚଳିତବର୍ଷ ଜାନୁୟାରୀ ୨୬ ତାରିଖରେ ଭାରତର ସମ୍ବିଧାନକୁ ୭୪ ବର୍ଷ ପୂର୍ତ୍ତି ଉପଲକ୍ଷେ ଦେଶ ଏହି ଉତ୍ସବକୁ ପାଳନ କରିବ । ଓଡ଼ିଶାରେ ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଚଳିତବର୍ଷ ଏହି ପବିତ୍ର ଉତ୍ସବରେ କେଉଁ ରାଜନେତା କେଉଁ ଜିଲ୍ଲାରେ ପତାକା ଉତ୍ତୋଳନ କରିବେ, ତାହାର ଏକ ତାଲିକା ପ୍ରକାଶ ପାଇଛି । ରାଜ୍ୟ ଗୃହ ବିଭାଗ ଏ ନେଇ ଏକ ବିଜ୍ଞପ୍ତିରେ ସମସ୍ତ ସୂଚନା ଦେଇଛି ।ମାନ୍ୟବର ରାଜ୍ୟପାଳ ରାଜଧାନୀ ଭୁବନେଶ୍ୱରରେ ହେବାକୁ ଥିବା ରାଜ୍ୟସ୍ତରୀୟ ସମାବେଶରେ ଯୋଗ ଦେବା ସହିତ ଏଠାରେ ପତାକା ଉତ୍ତୋଳନ କରିବେ । ଏହାପରେ ଅନ୍ୟ ଜିଲ୍ଲାମାନଙ୍କରେ ପତାକା ଉତ୍ତୋଳନ କରିବେ ବିଭିନ୍ନ ବିଭାଗର ମନ୍ତ୍ରୀ ତଥା ସେହି ଜିଲ୍ଲାର ଜିଲ୍ଲାପାଳ । ଅର୍ଥମନ୍ତ୍ରୀ ତଥା ପୂର୍ବତନ ବାଚସ୍ପତି ବିକ୍ରମ କେଶରୀ ଆରୁଖ କନ୍ଧମାଳରେ ପତାକା ଉତ୍ତୋଳନ କରିବା ପାଇଁ ମୁଖ୍ୟ ଅତିଥି ଭାବରେ ଯୋଗ ଦେବାର ସୂଚୀ ରହିଛି । ସେହିପରି ସୁନ୍ଦରଗଡ଼ରେ ପ୍ରଦୀପ କୁମାର ଅମାତ ଏବଂ ପୁରୀରେ ପ୍ରଫୁଲ୍ଲ କୁମାର ମଲ୍ଲିକ ଜିଲ୍ଲାସ୍ତରୀୟ ଉତ୍ସବରେ ପତାକା ଉତ୍ତୋଳନ କରିବେ ବାଲି ଗୃହ ବିଭାଗ ପକ୍ଷରୁ ଜାଣିବାକୁ ମିଳିଛି । ଏହାବ୍ୟତୀତ ଜଗତସିଂହପୁରରେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ସୁବର୍ଣ୍ଣପୁରରେ ଉଷା ଦେବୀ, କେନ୍ଦୁଝରରେ ସାରଦା ପ୍ରସାଦ ନାୟକ, ମୟୁରଭଞ୍ଜରେ ଅଶୋକ ଚନ୍ଦ୍ର ପଣ୍ଡା ଏବଂ ବଲାଙ୍ଗୀରରେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ପତାକା ଉତ୍ତୋଳନ କରିବେ ।ଅନ୍ୟମାନଙ୍କ ମଧ୍ୟରେ ସିଲଭର ସିଟି କଟକର ଜିଲ୍ଲାସ୍ତରୀୟ ଉତ୍ସବରେ ସୁଦାମ ମାର୍ଣ୍ଡି, ଗଞ୍ଜାମରେ ଜଗନ୍ନାଥ ସାରକା, ସମ୍ବଲପୁରରେ ମନ୍ତ୍ରୀ ନିରଞ୍ଜନ ପୂଜାରୀ, କଳାହାଣ୍ଡିରେ ଟୁକୁନି ସାହୁ ଏବଂ ଅନୁଗୁଳରେ ଅଶ୍ୱିନୀ କୁମାର ପାତ୍ର ପତାକା ଉତ୍ତୋଳନ କରିବେ ବୋଲି ଗୃହ ବିଭାଗ ସୂଚନା ଦେଇଛି । ବାଲେଶ୍ୱରରେ ବାସନ୍ତ୍ରୀ ହେମ୍ବ୍ରମ ପତାକା ଉତ୍ତୋଳନ କରିବା ପାଇଁ ସାମିଲ ହେବାକୁ ଥିବା ବେଳେ ଝାରସୁଗୁଡ଼ାରେ ପ୍ରତୀରଞ୍ଜନ ଘଡ଼ାଇ, ନୂଆପଡ଼ାରେ ରୀତା ସାହୁ ଏବଂ କୋରାପୁଟରେ ତୁଷାରକାନ୍ତି ବେହେରା ସାଧାରଣତନ୍ତ୍ର ଦିବସ ଅବସରରେ ଯୋଗ ଦେଇ ପତାକା ଉତ୍ତୋଳନ କରିବେ ।ବ୍ରହ୍ମପୁରରେ ହେବାକୁ ଥିବା ଜିଲ୍ଲାସ୍ତରୀୟ ଗଣତନ୍ତ୍ର ଦିବସ ଉତ୍ସବରେ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ଏବଂ ରାଉରକେଲାରେ ଉତ୍ତରାଞ୍ଚଳ ରାଜସ୍ୱ କମିଶନରଙ୍କ ଏହି ଦାୟିତ୍ୱ ପ୍ରଦାନ କରାଯାଇଛି । ତେବେ ବରଗଡ଼, ଭଦ୍ରକ, ବୌଦ୍ଧ, ଦେବଗଡ଼, ଢେଙ୍କାନାଳ, ଗଜପତି, ଯାଜପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ମାଲକାନାଗିରି, ନବରଙ୍ଗପୁର, ନୟାଗଡ଼ ଏବଂ ରାୟଗଡ଼ା ଆଦି ଜିଲ୍ଲାରେ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳ ପତାକା ଉତ୍ତୋଳନ କରିବା ସହ ପରେଡ ଅଭିବାଦନ ଗ୍ରହଣ କରିବେ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |