୨୦ ପୁଲିସ୍ କର୍ମଚାରୀଙ୍କୁ ମିଳିବ ରାଜ୍ୟପାଳ ପଦକ

ଭୁବନେଶ୍ୱର,୨୧।୧: ୨୦୨୩ ବର୍ଷ ପାଇଁ ରାଜ୍ୟ ପୋଲିସ ମେଡାଲ ତାଲିକା ପ୍ରକାଶ ପାଇଛି । ୨ଜଣ ଆଇଜିଙ୍କ ସମେତ ୨୦ ଜଣ ପୋଲିସ ଅଧିକାରୀ ପାଇବେ ରାଜ୍ୟପାଳ ପଦକ । ପୂର୍ବାଞ୍ଚଳ ଆଇଜି ହିମାଂଶୁ ଲାଲ, କ୍ରାଇମବ୍ରାଞ୍ଚ ଆଇଜି ହିମାଂଶୁ ଲାଲ, କ୍ରାଇମବ୍ରାଞ୍ଚ ଆଇଜି ସଫିନ ଅହମ୍ମଦଙ୍କୁ ମେଡାଲ ପ୍ରଦାନ କରାଯିବ ।ପ୍ରଥମ ବର୍ଗ (ଅତିରିକ୍ତ ଡିଜିପି/ଆଇଜିପି/ଡିଆଇଜିପି)ରେ ପୂର୍ବାଞ୍ଚଳ ଆଇଜି ହିମାଂଶୁ ଲାଲ ଓ କ୍ରାଇମବ୍ରାଞ୍ଚ ଆଇଜି ସଫିନ ଅହମ୍ମଦ ରାଜ୍ୟପାଳ ପଦକ ପାଇବା ପାଇଁ ମନୋନୀତ ହୋଇଛନ୍ତି।ଦ୍ୱିତୀୟ ବର୍ଗ (ଏସ୍‌ପି/ଏଆଇଜିପି/କମାଣ୍ଡାଣ୍ଟ/ଡେପୁଟି କମାଣ୍ଡାଣ୍ଟ)ରେ ଗଞ୍ଜାମ ଏସ୍‌ପି ଜଗମୋହନ ମୀନା ଓ ସମ୍ବଲପୁର ଏସ୍‌ପି ମୁକେଶ ଭାମୁ ପାଇବେ ଏହି ପଦକ।ତୃତୀୟ ବର୍ଗ (ଅତିରିକ୍ତ ଏସ୍‌ପି/ଡିଏସ୍‌ପି/ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ)ରେ ବରିଷ୍ଠ ଓପିଏସ ଅଫିସର ତଥା ବିପିଏସ୍‌ପିଏର ଅତିରିକ୍ତ ଏସ୍‌ପି ଉଦୟଭାନୁ ମିଶ୍ର ଓ ୟୁପିଡି ଏସିପି ମାନସ ଗଡ଼ନାୟକ ଏହି ପୁରସ୍କାର ପାଇବେ।ଚତୁର୍ଥ ବର୍ଗ (ଇନ୍ସପେକ୍ଟର/ରିଜର୍ଭ ଇନ୍ସପେକ୍ଟର/ସୁବେଦାର ମେଜର/ସୁବେଦାର)ରେ କ୍ରାଇମବ୍ରାଞ୍ଚ ଇନ୍ସପେକ୍ଟର ଅନୀଲ ଆନନ୍ଦ, ଗଂଜାମ ପାଟପୁର ଥାନା ଇନ୍ସପେକ୍ଟର ସବ୍ୟସାଚୀ ମଲ୍ଲ ଓ ସମ୍ବଲପୁର ଭିଜିଲାନ୍ସ ଡିଭିଜନ ଇନ୍ସପେକ୍ଟର ହେମାମାଳିନୀ ନାୟକ ପାଇବେ ରାଜ୍ୟପାଳ ପଦକ।ପଞ୍ଚମ ବର୍ଗ (ଏସ୍‌ଆଇ/ସର୍ଜେଣ୍ଟ/ଡ୍ରିଲ୍‌ ସବ୍‌-ଇନ୍ସପେକ୍ଟର/ଡେପୁଟି ସୁବେଦାର)ରେ ରାଉରକେଲା ଚତୁର୍ଥ ବାଟାଲିୟନର ପୁଲିସ୍‌ ଏସଆଇ (ସଶସ୍ତ୍ର) ଦିଲ୍ଲୀପ ନାୟକ, ଭୁବନେଶ୍ୱର କମିଶନରେଟ ପୁଲିସ ଏସଆଇ ଯୁଗଳ ଚରଣ ସ୍ୱାଇଁ, ସମ୍ବଲପୁର ଭିଜିଲାନ୍ସ ଡିଭିଜନ ଏସଆଇ ସଂଜୟ ପଟ୍ଟନାୟକ ପାଇବେ ରାଜ୍ୟପାଳ ପଦକ।ଷଷ୍ଠ ବର୍ଗ (ଏଏସ୍‌ଆଇ/ହାବିଲଦାର/ହାବିଲଦାର ମେଜର)ରେ ଏଏସଆଇ ବିକାଶ ପାତ୍ର, ପ୍ରଜାପତି ମେହେର ଓ ପ୍ରଶାନ୍ତ ବିଶ୍ୱାଳ ପାଇବେ ଏହି ସମ୍ମାନଜନକ ପଦକ।ସପ୍ତମ ବର୍ଗ (କନଷ୍ଟେବଲ/ସିପାହୀ/ଆସିଷ୍ଟାଣ୍ଟ ଡ୍ରାଇଭର)ରେ କନଷ୍ଟେବଳ ରମେଶ ସାହୁ, ସନାତନ ସାହୁ, ନରେଶ କୁମାର ଚୌଧୁରୀ, ସିପାହୀ ବିଶ୍ୱକର୍ମା ମୁଣ୍ଡା ଓ କେଦାରନାଥ ମିଶ୍ର ପାଇବେ ରାଜ୍ୟପାଳ ପଦକ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!