ନୂଆଦିଲ୍ଲୀ,୨୨।୧:କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ମନ୍ଦିର ପ୍ରବେଶ ଉପରେ ଲାଗିଲା ରୋକ୍। ମନ୍ଦିର ଭିତରକୁ ତାଙ୍କ ପ୍ରବେଶ ବାରଣ ହୋଇଛି। ମନ୍ଦିର ଭିତରକୁ ତାଙ୍କୁ ଛଡ଼ା ନ ଯିବାରେ ସେ ରାସ୍ତାରେ ଉପରେ ଧାରଣାରେ ବସିଛନ୍ତି। ରାସ୍ତା ଉପରେ ବସି ସେ ‘ରଘୁପତିି ରାଘବ ରାଜାରାମ’ ଧୁନ୍ ଗାଇଛନ୍ତି।ଆସାମ: ଭାରତ ଯୋଡୋ ନ୍ୟାୟ ଯାତ୍ରା କ୍ରମରେ ଆସାମରେ ଚାଲିଛି ରାହୁଲ ଗାନ୍ଧୀଙ୍କ ପଦଯାତ୍ରା । ଏଭଳି ପରିସ୍ଥିତିରେ ଯେତେବେଳେ ରାହୁଲ ଗାନ୍ଧୀ ବୋର୍ଦ୍ଦୋବା ପୁଲିସ ଷ୍ଟେସନକୁ ଯାଇଥିଲେ ସେତେବେଳେ ତାଙ୍କୁ ବାହାରେ ଅଟକାଇ ଦିଆଯାଇଥିଲା। ଆସାମ ନଗାଁଓ ଶ୍ରୀଶ୍ରୀ ଶଙ୍କର ଦେବ ସତ୍ର ମନ୍ଦିରରେ ରାହୁଲ ଗାନ୍ଧୀ ପୂଜାର୍ଚ୍ଚନା କରିବାକୁ ଯାଉଥିବାବେଳେ ତାଙ୍କୁ ଅଟକା ଯାଇଥିଲା । ଅଯୋଧ୍ୟାରେ ଶ୍ରୀରାମଙ୍କ ପ୍ରତିଷ୍ଠା କାର୍ୟ୍ୟକ୍ରମ ଶେଷ ପରେ ଅପରାହ୍ନ ୩ଟା ବେଳକୁ ତାଙ୍କୁ ମନ୍ଦିରକୁ ଯିବାକୁ ଅନୁମତି ମିଳିବ ବୋଲି ମନ୍ଦିର ପରିଚାଳନା କମିଟି ପକ୍ଷରୁ କୁହାଯାଇଛି । ଏଥିରେ କ୍ଷୋଭ ପ୍ରକାଶ କରିଛନ୍ତି ରାହୁଲ ଗାନ୍ଧୀ । ସେ କେବଳ ପୂଜା କରିବାକୁ ଚାହାଁନ୍ତି ତଥାପି ତାଙ୍କୁ ମନ୍ଦିରକୁ କାହିଁକୁ ପ୍ରବେଶ କରିବାକୁ ଦିଆଯାଉନାହିଁ ବୋଲି ପ୍ରଶ୍ନ କରିଛନ୍ତି ।କଂଗ୍ରେସ ନେତା ରାହୁଲ ଗାନ୍ଧି ଭାରତ ଯୋଡୋ ନ୍ୟାୟ ଯାତ୍ରା ପାଇଁ ଆସାମରେ ଅଛନ୍ତି। ଏଠାରେ ବତାଦ୍ରଭା ଅଞ୍ଚଳରେ ବୈଷ୍ଣବ ସାଧୁ ଶ୍ରୀମନ୍ତ ଶଙ୍କରଦେବଙ୍କ ଜନ୍ମସ୍ଥାନ ରହିଛି। କାର୍ଯ୍ୟକ୍ରମ ଅନୁଯାୟୀ ରାହୁଲ ଗାନ୍ଧି ଆଜି ଶଙ୍କରଦେବ ମନ୍ଦିରକୁ ଯିବାର ଥିଳା। କିନ୍ତୁ ତାଙ୍କୁ ଆଜି ମନ୍ଦିର ଯିବାକୁ ବାରଣ କରାଯାଇଛି ବୋଲି ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ରାହୁଲ ଗାନ୍ଧି ଅଭିଯୋଗ କରିଛନ୍ତି। ଏହାକୁ ବିରୋଧ କରି ସେ ରାସ୍ତା ଉପରେ ଧାରଣାରେ ବସିଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |