କଟକ,୨୩।୧: ଆଜି ନେତାଜୀଙ୍କ ୧୨୭ତମ ଜୟନ୍ତୀ, ବୀର ସୁରେନ୍ଦ୍ର ସାଏଙ୍କ ୨୧୫ ତମ ଜୟନ୍ତୀ। ସ୍ଵାଧିନତା ସଂଗ୍ରାମରେ ଉଭୟଙ୍କର ଅବଦାନ ଅତୁଳନୀୟ। ବ୍ରିଟିଶ ଶାସନ ବିରୋଧରେ ଲଢ଼େଇ କରି ନିଜ ଜୀବନକୁ ଉତ୍ସର୍ଗ କରିଦେଇଥିଲେ ଏହି ଦୁଇ ମହାପୁରୁଷ। କଟକ ସହରରେ ୧୮୯୭ ମସିହା ଜାନୁଆରୀ ୨୩ ତାରିଖରେ ନେତାଜୀ ଜନ୍ମ ଗ୍ରହଣ କରିଥିଲାବେଳେ ୧୮୦୯ ଜାନୁଆରୀ ୨୩ରେ ସମ୍ବଲପୁରରେ ଜନ୍ମ ଗ୍ରହଣ କରିଥଲେ ସୁରେନ୍ଦ୍ର ସାଏ। ଏହି ଦୁଇ ମହାପୁରୁଷ ଆଜିବି ପ୍ରତିଟି ଭାରତୀୟଙ୍କ ପ୍ରାଣରେ ଜୀବୀତ ରହିଛନ୍ତି।ଆଜି ଦୁଇ ମହାପୁରୁଷ ନେତାଜୀ ସୁବାଷ ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ । ନେତାଜୀଙ୍କ ୧୨୭ ତମ ଜୟନ୍ତୀ ପାଳୁଛି ସାରା ଦେଶ । ସେପଟେ ବୀର ସୁରେନ୍ଦ୍ର ସାଏଙ୍କ ୨୧୫ ତମ ଜୟନ୍ତୀ । ଓଡ଼ିଶାର ପ୍ରତିଟି ଜନମାନସରେ ଉଜ୍ଜୀବିତ ମହାନ ଯୋଦ୍ଧା ବୀର ସୁରେନ୍ଦ୍ର ସାଏ । ଆସନ୍ତୁ ନଜର ପକାଇବା ଦୁଇ ମହାପୁରୁଷଙ୍କ କିଛି ଚର୍ଚ୍ଚିତ ଘଟଣାବଳୀ ଉପରେ।ଏହି ଅବସରରେ କଟକ ଓଡ଼ିଆ ବଜାରରେ ଥିବା ନେତାଜୀଙ୍କ ଜନ୍ମସ୍ଥାନରେ ବିଶେଷ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ନେତାଜୀଙ୍କ ଜନ୍ମସ୍ଥାନ ଜାନକୀନାଥ ଭବନ ସଜେଇ ହୋଇଛି। ଏହି ମହାନ ସ୍ୱାଧୀନତା ସଂଗ୍ରାମୀଙ୍କ ପ୍ରତିମୂର୍ତ୍ତିିରେ ପୁଷ୍ପମାଲ୍ୟ ଦେଇ ତାଙ୍କ ସ୍ମୃତିଚାରଣ କରାଯାଉଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |