ବାଣୀବିହାର ଓଭର ବ୍ରିଜ ଉପରେ ଦୁର୍ଘଟଣା

ଭୁବନେଶ୍ୱର,୨୩।୧: ବାବାଣୀବିହାର ଓଭର ବ୍ରିଜ ଉପରେ ଦୁର୍ଘଟଣା। OSRTC ବସ୍‌କୁ ଧକ୍କା ଦେଇଛି ଘରୋଇ ବସ୍‌ ।OSRTC ବସ୍‌କୁ ପଛରୁ ଧକ୍କା ଦେଲା ଘରୋଇ ବସ୍‌। ଦୁର୍ଘଟଣାରେ ଦୁଇଟି ବସର ଡ୍ରାଇଭର ସମେତ ଏକାଧିକ ଯାତ୍ରୀ ଆହତ ହୋଇଛନ୍ତି। ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରର ବାଣୀବିହାର ଓଭରବ୍ରିଜ ଉପରେ। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ଆଜି ଭୋର ସମୟରେ OSRTC ବସ୍‌ଟି ଯାତ୍ରୀଙ୍କୁ ଉଠାଇବା ପାଇଁ ରାସ୍ତାକଡ଼କୁ ଗାଡ଼ି ସାଇଡ୍ କରୁଥିଲେ। ଏହି ସମୟରେ ଘରୋଇ ବସ୍‌ଟି ଦ୍ରୁତ ଗତିରେ ଆସି OSRTC ବସ୍‌କୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ଦୁଇଟି ବସର ଡ୍ରାଇଭର ସମେତ ଏକାଧିକ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘରୋଇ ବସ୍‌ଟି ବ୍ରେକଫେଲ ହୋଇଯିବା ଯୋଗୁ ଏଭଳି ଦୁର୍ଘଟଣା ଘଟିଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।ଦୁର୍ଘଟଣାରେ ଘରୋଇ ବସର ସମ୍ମୁଖ ଅଂଶଟି ଭାଙ୍ଗି ଯାଇଥିବା ବେଳେ OSRTC ବସ୍‌ ପଛ ଅଂଶଟି ଭାଙ୍ଗି ନଷ୍ଟ ହୋଇଯାଇଛି। ପୁଲିସ ଦୁର୍ଘଟଣାଗ୍ରସ୍ତ ଗାଡ଼ି ଦୁଇଟିକୁ ଜବତ କରି ଘଟଣାର ତଦନ୍ତ କରୁଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!