ନୂଆଦିଲ୍ଲୀ,୨୩।୧:ଚୀନରେ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି । ସୋମବାର ବିଲମ୍ବିତ ରାତିରେ ଏହି ଝଟକା ଲାଗିଛି । ରିକ୍ଟର ସ୍କେଲରେ ଭୂମିକମ୍ପର ୭.୨ ରେକର୍ଡ କରାଯାଇଛି । ଫଳରେ ଲୋକମାନେ ଭୟଭୀତ ହୋଇ ପଡିଥିଲେ। ରାତିରେ ଘଟିଥିବା ଭୂକମ୍ପ ପରେ ଅନେକ ଲୋକ ରାସ୍ତାରେ ବୁଲୁଥିବା ଦେଖଇବାକୁ ମିଳିଥିଲା।ଜାତୀୟ ଭୂକମ୍ପ କେନ୍ଦ୍ର ଅନୁଯାୟୀ, ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଚାଇନାର ଦକ୍ଷିଣ ଜିନଜିଆଙ୍ଗରେ ଥିଲା। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୭.୨ ରେ ମାପ କରାଯାଇଥିଲା । ରାତି ପ୍ରାୟ ୧୧ଟା ୩୯ରେ ଏହି ଭୂକମ୍ପ ଘଟିଛି। ଭୂକମ୍ପର କେନ୍ଦ୍ରସ୍ଥଳ ଭୂପୃଷ୍ଠରୁ ୮୦ କିଲୋମିଟର ଗଭୀରରେ ଥିଲାଏହି ଭକମ୍ପ ଝଟକା ରାଜଧାନୀ ଦିଲ୍ଲୀ-ଏନସିଆର ପର୍ଯ୍ୟନ୍ତ ଅନୁଭୂତ ହୋଇଛି । ଏହାର କେନ୍ଦ୍ରସ୍ଥଳି ନେପାଳ-ଚୀନ ସୀମାନ୍ତ ଅଞ୍ଚଳ ବୋଲି କୁହାଯାଇଛି । ଭୂମିକମ୍ପରେ ଏତେ ଭୀଷଣ ଝଟକା ଲାଗିଥିଲା ଭୟରେ ଲୋକେ ଘରୁ ବାହାରି ଆସିଥିଲେ।ନ୍ୟାସନାଲ ସେଣ୍ଟର ଫର୍ ସିସ୍ମୋଲୋଜି ଅନୁଯାୟୀ, ଚୀନର ଦକ୍ଷିଣୀ ଝଞ୍ଜିୟାଙ୍ଗ ସହର ଭୂମିକମ୍ପ ଝଟକା ଲିଗଛି । ଏହାର କେନ୍ଦ୍ରସ୍ଥଳି ଭୂପୃଷ୍ଠରୁ ୮୦ କିଲୋମିଟର ଗଭୀରତାରେ ରହିଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୨ ରେକର୍ଡ କରାଯାଇଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |