ନୂଆଦିଲ୍ଲୀ,୨୩।୧:ଆଜିଠୁ ଅଯୋଧ୍ୟା ଶ୍ରୀରାମ ମନ୍ଦିରରେ ଆରମ୍ଭ ହୋଇଯିବ ସର୍ବସାଧାରଣ ଦର୍ଶନ। ଅଯୋଧ୍ୟା ରାମ ମନ୍ଦିରରେ ଲାଗିଛି ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ । ରାମଲାଲାଙ୍କ ଦର୍ଶନ ପାଇଁ ଭୋର୍ ୩ଟାରୁ ମନ୍ଦିର ବାହାରେ ଲାଗିଛି ଭିଡ଼ । ପ୍ରାଣପ୍ରତିଷ୍ଠା ପରେ ରାମଲାଲାଙ୍କ ଦର୍ଶନ ପାଇଁ ଭକ୍ତଙ୍କ ମଧ୍ୟରେ ପ୍ରବଳ ଉତ୍ସାହ । ଦେଶର ବିଭିନ୍ନ ପ୍ରାନ୍ତରୁ ଅଯୋଧ୍ୟାକୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟୁଥିବା ବେଳେ ଆଜିଠୁ ସେମାନେ ନିଜ ପ୍ରିୟ ପ୍ରଭୁଙ୍କୁ ସ୍ୱଚକ୍ଷୁରେ ଦେଖି ପାରିବେ। ଆଜିଠୁ ପ୍ରତିଦିନ ସକାଳ ୭ଟାରୁ ରାତି ୧୦ଟା ଯାଏଁ ରାମ ଲଲାଙ୍କ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ। ନୀତିକାନ୍ତି ପାଇଁ ଦିନ ସାଢେ ୧୧ଟାରୁ ଅପରାହ୍ନ ୨ଟା ଯାଏଁ ଦର୍ଶନ ବନ୍ଦ ରହିବ। ସକାଳ ସାଢେ ୬ଟା ଏବଂ ସନ୍ଧ୍ୟା ସାଢେ ୭ଟାରେ ରାମଲଲାଙ୍କ ଆଳତୀ କରାଯିବ। ରାମଲାଲାଙ୍କ ଦର୍ଶନ କରି ମନ୍ତ୍ରମୁଗ୍ଧ ହେଉଛନ୍ତି ଶ୍ରଦ୍ଧାଳୁ । ସକାଳ ୭ଟାରୁ ରାତି ୧୦ଟା ଯାଏଁ ରାମ ଲାଲାଙ୍କ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ ।ଟ୍ରଷ୍ଟ ପକ୍ଷରୁ ପ୍ରତିଦିନ ଦେଢ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁଙ୍କ ଦର୍ଶନ ବ୍ୟବସ୍ଥା କରାଯାଇଛି। ପ୍ରତି ଶ୍ରଦ୍ଧାଳୁଙ୍କୁ ଦର୍ଶନ ପାଇଁ ୧୫ରୁ ୨୦ ସେକେଣ୍ଡ ସମୟ ମିଳିବ।ରାମଲଲାଙ୍କ ଦର୍ଶନ ପାଇଁ ଅଯୋଧ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ ଲାଗି ରହିଛି। ଲକ୍ଷାଧିକ ସଂଖ୍ୟାରେ ଶ୍ରଦ୍ଧାଳୁ ଦର୍ଶନ ପାଇଁ ଅପେକ୍ଷା କରିଛନ୍ତି । ସାରା ଦେଶରୁ ଅଯୋଧ୍ୟାକୁ ଛୁଟି ଆସିଛନ୍ତି ଭକ୍ତ। ସେହିପରି ଅନେକ ଶ୍ରଦ୍ଧାଳୁ ଅଯୋଧ୍ୟା ଯିବାକୁ ଟିକେଟ୍ ବୁକ୍ କରିସାରିଛନ୍ତି।୫ ଶତାବ୍ଦୀ ପରେ ଜନ୍ମସ୍ଥାନକୁ ଫେରିଛନ୍ତି ଯୁଗ-ପୁରୁଷୋତ୍ତମ । ଯାହାଙ୍କୁ ଦେଖିବାକୁ ଭକ୍ତଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |