ନୂଆଦିଲ୍ଲୀ,୨୩।୧:ରାଷ୍ଟ୍ରିୟ ବାଲ ପୁରସ୍କର ପ୍ରଦାନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । 19 ପିଲା ମହାମହିମଙ୍କ ଦ୍ବାରା ପୁରସ୍କୃତ ହୋଇଛନ୍ତି । ପରିବେଶ ଅନୁକୂଳ ଜୀବନଶୈଳୀ ଗ୍ରହଣ କରିବାକୁ ପିଲାଙ୍କୁ ରାଷ୍ଟ୍ରପତି ଆହ୍ବାନ କରିଛନ୍ତି । ବହୁ ସଂଖ୍ୟାରେ ଯୁବକମାନଙ୍କ ରୂପରେ ଭାରତରେ ଏକ ଅମୂଲ୍ୟ ଉତ୍ସ ଅଛି । ଏହି ଉତ୍ସ କେବଳ ଭାରତ ନୁହେଁ ସମଗ୍ର ବିଶ୍ବର ପ୍ରଗତିରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ ବୋଲି କହିଛନ୍ତି ମହାମହିମ ରାଷ୍ଟ୍ରପତି । ଗଣତନ୍ତ୍ର ଦିବସ ପରେଡରେ ଅଂଶଗ୍ରହଣ କରିବେ ପୁରସ୍କୃତ ପିଲା ।ସାହସିକତା, ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା, ଏବଂ ଅଭିନବ ବର୍ଗରେ ଜଣେ ଲେଖାଏଁ, ସାମାଜିକ ସେବା ବର୍ଗରେ ଚାରି, କ୍ରୀଡା ବର୍ଗରେ ପାଞ୍ଚ ପିଲା ଏବଂ କଳା ଏବଂ ସଂସ୍କୃତି ବର୍ଗରେ ସାତ ଜଣ ପିଲା ଏହି ପୁରସ୍କାର ଗ୍ରହଣ କରିଥିଲେ।ଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୧୯ ଜଣ ଅସାଧାରଣ ପ୍ରତିଭାବାନ ଶିଶୁଙ୍କୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର ୨୦୨୪ରେ ସମ୍ମାନିତ କରିଛନ୍ତି। ପୁରସ୍କାର ବିଜେତାମାନଙ୍କ ମଧ୍ୟରେ ଦୁଇଟି ଆକାଂକ୍ଷୀ ଜିଲ୍ଲା ସମେତ ୧୮ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୯ ଜଣ ବାଳକ ଏବଂ ୧୦ ଜଣ ବାଳିକା ଅଛନ୍ତି। ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି ଯେ ଏହି ଉତ୍ସବ ଅଭୂତପୂର୍ଣ୍ଣ କ୍ଷମତା ଓ ସମ୍ଭାବନା ସମ୍ପନ୍ନ ପିଲାମାନଙ୍କୁ ଉତ୍ସାହିତ କରିବାର ଏକ ସୁଯୋଗ ଅଟେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |