ଭୁବନେଶ୍ୱର ଏମ୍ସରେ ଆରମ୍ଭ ହେଲା ଡ୍ରୋନ ସେବା

 ଭୁବନେଶ୍ୱର,୨୩।୧: ରାଜଧାନୀ ଭୁବନେଶ୍ୱରର ଏମ୍ସ ହସ୍ପିଟାଲରେ ଆଜିଠାରୁ ଡ୍ରୋନ ସେବା ଆରମ୍ଭ ହୋଇଯାଇଛି । ଏଣିକି ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏମ୍ସ ମେଡିକାଲରେ ଡ୍ରୋନ ସେବା ଉପଲବ୍ଧ ହୋଇପାରିବ । ଏମ୍ସ ମେଡିକାଲର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଆଶୁତୋଷ ବିଶ୍ୱାସ ଏ ନେଇ ସୁଚନା ଦେଇଛନ୍ତି । ଏହି ସୁବିଧା ଦ୍ୱାରା ବେଶ ଉପକୃତ ହୋଇପାରିବେ ରୋଗୀ । ଏହି ଡ୍ରୋନ ଜରିଆରେ ରକ୍ତ, ଔଷଧ, ମେଡିକାଲ ଉପକରଣ ପଠାଯିବ ବୋଲି ଜାଣିବାକୁ ମିଳିଛି ।ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ବ୍ୟବହାର ହେବ ଡ୍ରୋନ । ଅତି ଜରୁରୀ ସମୟରେ ଡ୍ରୋନ ସହାୟତାରେ ପହଞ୍ଚିବ ମେଡିକାଲ ସେବା । ଭୁବନେଶ୍ୱର ଏମସ ପରିସରରେ ଡ୍ରୋନର ଟ୍ରାଏଲ ରନ୍ କରାଯାଇଛି । ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଅପହଞ୍ଚ ଜାଗାରେ ରୋଗୀଙ୍କ ନିକଟରେ ସ୍ୱାସ୍ଥ୍ୟ ସେବା ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି । ଅତି ଜରୁରୀ ସମୟରେ ବ୍ଲଡ, ମେଡିସିନ ଆଦି ମଧ୍ୟ ପଠାଇବାକୁ ବ୍ୟବସ୍ଥା କରାଯାଉଛି ।AIIMSରୁ ରକ୍ତ ନେଇ ଟାଙ୍ଗି ମେଡିକାଲ ଯାଇ ଫେରିଥିଲା ଡ୍ରୋନ୍ । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଏମସ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡାକ୍ତର ଆଶୁତୋଷ ବିଶ୍ୱାସ । ଡ୍ରୋନ୍‌କୁ କିପରି ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବ୍ୟବହାର କରିହେବ ସେ ନେଇ ଆମର ଏକ ଅଭିଯାନ ଚାଲିଛି । ସାରା ଦେଶରେ ଏହାର ପ୍ରୟାସ କରାଯାଉଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏଥିପାଇଁ ଉତ୍ସାହିତ କରୁଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!