ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଫେରିଲେ ୩ ବରିଷ୍ଠ ନେତା

ଭୁବନେଶ୍ୱର ,,୨୩।୧:ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଫେରିଲେ ୩ ବରିଷ୍ଠ ନେତା| ବରିଷ୍ଠ କଂଗ୍ରେସ ନେତାଙ୍କ ଉପରୁ ନିଲମ୍ବନ ହଟାଇଲା ଦଳ । କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ ଓ ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳଙ୍କ ଉପରୁ ନିଲମ୍ବନ ଆଦେଶ ଉଠାଇଛି କଂଗ୍ରେସ। ନିଲମ୍ବନ ହଟିବା ନେଇ ପ୍ରେସମିଟ୍‌ରେ ସୂଚନା ଦେଇଛନ୍ତି କଂଗ୍ରେସ ପ୍ରଭାରୀ ଅଜୟ କୁମାର। ସେହିପରି କଂଗ୍ରେସକୁ ଫେରିଛନ୍ତି ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ। ୨୦୧୯ରେ ଦଳରୁ ବହିଷ୍କୃତ ହୋଇଥିଲେ ସଗରିଆ।କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍ ଓ ଜଗତସିଂହପୁରର ପୂର୍ବତନ ବିଧାୟକ ଚିରଞ୍ଜୀବୀ ବିଶ୍ୱାଳଙ୍କ ଉପରୁ ନିଲମ୍ବନ ଆଦେଶ ହଟାଇଛି ରାଜ୍ୟ କଂଗ୍ରେସ। ସେହିପରି କୋରାପୁଟର ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆଙ୍କ ଉପରୁ ମଧ୍ୟ ବହିଷ୍କାର ଆଦେଶ ପ୍ରତ୍ୟାହାର କରିନିଆଯାଇଛି। ଏ ସଂପର୍କରେ ରାଜ୍ୟ କଂଗ୍ରେସ ପ୍ରଭାରୀ ଅଜୟ କୁମାର ସୂଚନା ଦେଇଛନ୍ତି। ଅଜୟ କୁମାର ପ୍ରଭାରୀ ଭାବେ ନିଯୁକ୍ତି ପାଇବା ପରେ ମୋକିମ୍ ଓ ଚିରଞ୍ଜୀବୀ ତାଙ୍କୁ ସାକ୍ଷାତ କରିଥିଲେ।ଦଳ ବିରୋଧୀ କାର୍ଯ୍ୟ ପାଇଁ ଚିରଞ୍ଜୀବୀ ଓ ମୋକିମଙ୍କୁ ଦଳରୁ ନିଲମ୍ବନ କରାଯାଇଥିଲା। ସେହିପରି ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ କୋରାପୁଟର ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆଙ୍କୁ କଂଗ୍ରେସରୁ ବହିଷ୍କାର କରାଯାଇଥିଲା।୧୫ ଜୁଲାଇ ୨୦୨୩ରେ କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ ଓ ଚିରଞ୍ଜୀବ ବିଶ୍ୱାଳଙ୍କୁ ସସ୍‌ପେଣ୍ଡ କରିଥିଲା କଂଗ୍ରେସ। ସୂଚନା ଭବନରେ ଆୟୋଜିତ ‘ଜାନକୀ-ବସନ୍ତ ଯୋଡ଼ି ଓଡ଼ିଶା ରାଜନୀତିର ସୁବର୍ଣ୍ଣ ଯୁଗ’ ଶୀର୍ଷକ ଆଲୋଚନାରେ ଯୋଗ ଦେଇ ଉଭୟ ଦଳ ବିରୋଧୀ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଥିଲା। ଯେଉଁଥିପାଇଁ AICC ଶୃଙ୍ଖଳା କମିଟି ଉଭୟଙ୍କୁ ସସ୍‌ପେଣ୍ଡ କରିଥିଲା। ସେହିପରି କୋରାପୁଟର ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆଙ୍କୁ ୨୦୧୯ ଦଳ ବହିଷ୍କୃତ କରିଥିଲା। ଆଗକୁ ସାଧାରଣ ନିର୍ବାଚନ ଥିବାରୁ ଦଳ ଏହି ବରିଷ୍ଠ ନେତାଙ୍କ ଉପରୁ ଆଜି ନିଲମ୍ବନ ହଟେଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!