ଆଜି ଲୋକାର୍ପିତ ହେବ ଓଡ଼ିଆ ବିଶ୍ୱବିଦ୍ୟାଳୟ ସୌଧ

ସାକ୍ଷୀଗୋପାଳ,୨୪।୧: ଆଜି ସତ୍ୟବାଦୀ ଠାରେ ଓଡ଼ିଆ ବିଶ୍ୱବିଦ୍ୟାଳୟର ନୂତନ ସୌଧ ଲୋକାର୍ପିତ ହେବ । ଏଥିପାଇଁ ସଜେଇ ହୋଇଛି ଓଡ଼ିଆ ବିଶ୍ୱବିଦ୍ୟାଳୟ । ତେବେ ସତ୍ୟବାଦୀ ପଞ୍ଚସଖା କ୍ରୀଡ଼ାଙ୍ଗନ ପରିସରରେ ଆଭାସୀ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଆ ବିଶ୍ୱବିଦ୍ୟାଳୟର ନୂତନ ସୌଧ ଲୋକର୍ପିତ କରିବେ ।  ପଞ୍ଚସଖା ଖେଳ ପଡିଆରେ ଉଦଘାଟନ ସମାରୋହ ଅନୁଷ୍ଠିତ ହେବ। ପ୍ରାୟ ୯ ଏକର ଜାଗାରେ ଏହି ବିଶ୍ବ ବିଦ୍ୟାଳୟ ନିର୍ମାଣ ହୋଇଛି। ୨୦୧୯ ମସିହା ଅକ୍ଟୋବର ୯ ତାରିଖରେ ମୁଖ୍ନ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଆ ବିଶ୍ୱବିଦ୍ୟାଳୟର ଶିଳାନ୍ୟାସ କରିଥିଲେ । ସୁନ୍ଦର ଆଲୋକୀକରଣ , ସୁନ୍ଦର ପରିବେଶ ସହ ଓଡିଆ ଭାଷା ବିକାଶର ଗାଥାକୁ ଏହି ବିଶ୍ବ ବିଦ୍ୟାଳୟର କାନ୍ଥ ବାଡରେ ଲିପିବଦ୍ଧ କରାଯାଇଛି। ଓଡିଆ ବିଶ୍ବ ବିଦ୍ୟାଳୟର ଗାଥା ଓଡିଆ ଇତିହାସରେ ଲିପିବଦ୍ଧ ହୋଇ ରହିବ। ଲୋକାର୍ପଣ ପରେ ଆସନ୍ତା ଫେବୃଆରୀ ଦ୍ବିତୀୟ ସପ୍ତାହରୁ ନିଜସ୍ବ କ୍ୟାମ୍ପସରେ ଛାତ୍ରଛାତ୍ରୀ ମାନେ ପାଠ ପଢିବେ। ଫେବୃଆରୀ ୩ ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ  ପ୍ରଥମ ବିଶ୍ବ ଓଡିଆ ଭାଷା ସମ୍ମିଳନୀ ଅନୁଷ୍ଠିତ ହେବ ।  ଏହାପରେ ଶିକ୍ଷାର୍ଥୀମାନେ କ୍ୟାମ୍ପସରେ ପ୍ରବେଶ କରିବେ। ତେବେ ନୁଆ ବିଲ୍ଡିଂରେ ଅତ୍ୟାଧୁନିକ କ୍ଲାସ ରୁମ୍ , କ୍ୟାଣ୍ଟିନ୍, ସୁଇମିଂ ପୁଲ ଆଦିର ବ୍ୟବସ୍ଥା କରାଯାଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!