କଟକ SCB ଜରୁରୀକାଳୀନ ଅଧିକାରୀ ଡା. ଭୁବନାନନ୍ଦ ମହାରଣାଙ୍କ ପରଲୋକ

କଟକ ,୨୪।୧:କଟକ SCBର ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣାଙ୍କର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୯ ବର୍ଷ ହୋଇଥିଲା। ଭୁବନାନନ୍ଦ ମହାରଣା ମସ୍ତିଷ୍କାଘାତରେ ପୀଡ଼ିତ ହେବା ପରେ,ଏସସିବି ନ୍ୟୁରୋ ସର୍ଜରୀ ବିଭାଗରେ ଚିକିତ୍ସାଧୀନ ଥିଲେ। ତାଙ୍କର ବ୍ରେନ ସର୍ଜରୀ ପରେ ଆଇସିୟୁରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ଗତକାଲି ରାତିରେ ତାଙ୍କର ପରଲୋକ ହୋଇଛି। ଏହି ଦୁଃଖଦ ଖବର ପାଇ ବହୁ ଡାକ୍ତର ଓ ଶୁଭେଚ୍ଛୁଙ୍କ ସୁଅ ଛୁଟିଥିଲା।କାର୍ଯ୍ୟଦକ୍ଷତା ପାଇଁ ବେଶ ପରିଚିତ ଥିଲେ ଡାକ୍ତର ଭୁବନାନନ୍ଦ ମହାରଣା। ଏସସିବି ସହ ତାଙ୍କର ଦୀର୍ଘ ୫୦ ବର୍ଷର ସଂପର୍କ ଥିଲା।୧୯୭୩ ମସିହାରେ MBBS ଛାତ୍ର ଭାବେ ସେ ଏସସିବି ମେଡିକାଲ କଲେଜରେ ଯୋଗ ଦେଇଥିଲେ। ୧୯୮୩ରେ ଏସସିବି ମେଡିକାଲରୁ PG ପାସ୍ କରି ସେଠାରେ ଆଶୁ ଚିକିତ୍ସା ଅଧିକାରୀ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। ପରେ ସେ ଏସସିବିର ଜରୁରୀକାଳୀନ ଅଧିକାରୀ ହୋଇଥିଲେ।ରାଜ୍ୟରେ ବିଭିନ୍ନ ବିପର୍ଯ୍ୟୟ ସମୟରେ ଜରୁରୀକାଳୀନ ସେବା ଯୋଗାଇ ଡା.ଭୁବନାନନ୍ଦ ମହାରଣା ପ୍ରଶଂସିତ ହୋଇଥିଲେ। କେବଳ ରୋଗୀ ସେବା ନୁହେଁ, ବଡ଼ ମେଡିକାଲର ପ୍ରଶାସନିକ କାର୍ଯ୍ୟକୁ ସୁବ୍ୟବସ୍ଥିତ କରିବା ଦିଗରେ ଡାକ୍ତର ଭୁବନାନନ୍ଦ ମହାରଣାଙ୍କ ଯଥେଷ୍ଟ ଅବଦାନ ରହିଥିଲା। ବିଗତ କିଛି ଦଶନ୍ଧି ଧରି ଏସ୍‌‌ସିବି ମେଡିକାଲରେ ରୋଗୀ ସେବା ସହଜସାଧ୍ୟ କରିବା ନିମନ୍ତେ ସେ ନିରନ୍ତର କାର୍ଯ୍ୟ କରି ଆସୁଥିଲେ। କୋଭିଡ୍‌ ମହାମାରୀ ସମୟରେ ଏସ୍‌‌ସିବିରେ ପ୍ରସ୍ତୁତି ଓ ପରିଚାଳନା ଦିଗରେ ଡାକ୍ତର ମହାରଣାଙ୍କ ଅବଦାନ କିଛି କମ୍‌ ନଥିଲା। ରୋଗୀସେବାକୁ ବ୍ରତ କରିଥିବା ଡାକ୍ତର ମହାରଣାଙ୍କୁ ଅବସର ପରେ ମଧ୍ୟ ପୁନଃ କାର୍ଯ୍ୟ କରିବାକୁ ରାଜ୍ୟ ସରକାର ସୁଯୋଗ ଦେଇଥିଲେ। ମୃତ୍ୟୁ ପର୍ଯ୍ୟନ୍ତ ସେ ଜରୁରୀକାଳୀନ ଅଧିକାରୀ ଦାୟିତ୍ୱ ତୁଲାଇ ଆସୁଥିଲେ। ତାଙ୍କ ବିୟୋଗରେ ବଡ଼ ମେଡିକାଲର ଅପୂରଣୀୟ କ୍ଷତି ଘଟିଲା ବୋଲି ଡାକ୍ତରଙ୍କ ମହଲରେ ମତ ପ୍ରକାଶ ପାଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!