ଆଇଆଇସି ସ୍ତରରେ ଅଦଳବଦଳ

 ଭୁବନେଶ୍ୱର ,୨୪।୧:   କମିଶନରେଟ୍ ପୋଲିସରେ ବଡ଼ ଧରଣର ଅଦଳବଦଳ କରାଯାଇଛି । ଏକାଥରକେ ୪୭ ଥାନା ଅଧିକାରୀଙ୍କ ବଦଳୀ କରାଯାଇଛି । ସୁଧାଂଶୁ ଜେନାଙ୍କୁ କ୍ୟାପିଟାଲ ଥାନାର ଦାୟିତ୍ୱ ମିଳିଥିବା ବେଳେ ପ୍ରଦୀପ ଜେନାଙ୍କୁ ଚନ୍ଦକା ଥାନା ଆଇଆଇସି ଭାବେ ନିଯୁକ୍ତି ଦିଆଯାଇଛି । ସେହିପରି ସମିତା ମିଶ୍ର ନନ୍ଦନକାନନ ଥାନା ଆଇଆଇସି, ପ୍ରଦୀପ୍ତ ନାୟକ ଧଉଳି ଥାନା ଆଇଆଇସି, ଚିତ୍ତରଞ୍ଜନ ରାଉତଙ୍କୁ ମଧୁପାଟଣା ଆଇଆଇସି ଭାବେ ଦାୟିତ୍ୱ ମିଳିଛି । ଆଇଆଇସି ଭାଗ୍ୟଶ୍ରୀ ସ୍ୱାଇଁକୁ କଟକ ମହିଳା ଥାନା, ଜଗତପୁର ଆଇଆଇସି ରବିନ୍ଦ୍ର ନାଥ ମେହେରଙ୍କୁ ବାଲିଅନ୍ତା ଥାନାକୁ ବଦଳି କରାଯାଇଥିବା ବେଳେ ବାଲିପାଟଣା ଥାନା ଅଧିକାରୀ ଓମ୍ ପ୍ରକାଶ ମହାନ୍ତିଙ୍କୁ ଜଗତପୁର ବଦଳି କରାଯାଇଛି । ସେହିପରି ବାରଙ୍ଗ ଥାନା ଅଧିକାରୀ ଆକାଶ ରଣାଙ୍କୁ ଟ୍ରାଫିକ୍ ଥାନାକୁ ବଦଳି କରାଯାଇଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!