ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ କର୍ପୂରୀ ଠାକୁରଙ୍କୁ ମିଳିବ ଭାରତରତ୍ନ ସମ୍ମାନ

ନୂଆଦିଲ୍ଲୀ,୨୪।୧ : ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ କର୍ପୂରୀ ଠାକୁରଙ୍କୁ ମିଳିବ ଭାରତରତ୍ନ ସମ୍ମାନ। ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ କର୍ପୂରୀ ଠାକୁରଙ୍କୁ ମରଣୋତ୍ତୋର ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରାଯିବ। ଏନେଇ କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ଆସନ୍ତାକାଲି ଅର୍ଥାତ ୨୪ ଜାନୁଆରୀରେ କର୍ପୂରୀ ଠାକୁରଙ୍କ ୧୦୦ ତମ ଜନ୍ମ ଜୟନ୍ତୀ ପାଳନ ହେବାକୁ ଯାଉଛି । ଏହାର ଗୋଟିଏ ଦିନ ପୂର୍ବରୁ ତାଙ୍କୁ ମରଣୋତ୍ତୋର ଭାବେ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରିବାକୁ ଘୋଷଣା କରାଯାଇଛି ।ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ କର୍ପୂରୀ ଠାକୁର ୧୯୭୦ରୁ ୧୯୭୧ ଓ ୧୯୭୭ରୁ ୧୯୭୯ ପର୍ଯ୍ୟନ୍ତ ବିହାରର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ନିର୍ବାହ କରିଥିଲେ। ପଛୁଆ ବର୍ଗ ଲୋକଙ୍କ ଉନ୍ନତି ପାଇଁ ଜୀବନକୁ ଉତ୍ସର୍ଗ କରିଥିଲେ କର୍ପୂରୀ ଠାକୁର। ବିହାରରେ ଜନ ନାୟକ ଭାବେ ପ୍ରତିଷ୍ଠା ଲାଭ କରିଥିଲେ କର୍ପୂରୀ ଠାକୁର। ଜଣେ ସ୍ବାଧିନତା ସଂଗ୍ରାମୀ, ଶିକ୍ଷକ, ରାଜନେତା ଏବଂ ବିହାର ରାଜ୍ୟର ଦ୍ୱିତୀୟ ଉପମୁଖ୍ୟମନ୍ତ୍ରୀ ଓ ଦୁଇଥର ମୁଖ୍ୟମନ୍ତ୍ରୀ ହୋଇଥିଲେ କର୍ପୂରୀ। ତାଙ୍କର ଲୋକପ୍ରିୟତା ହେତୁ ତାଙ୍କୁ ଜନତାଙ୍କ ହିରୋ କୁହାଯାଉଥିଲା।

 

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!