ଆଜି ପୌଷ ପୂର୍ଣ୍ଣିମା,ମହାପ୍ରଭୁଙ୍କ ପୁଷ୍ୟାଭିଷେକ ନୀତି

ପୁରୀ,୨୫ା୧:ଆଜି ପବିତ୍ର ପୌଷ ପୂର୍ଣ୍ଣିମା। ଏହି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ଦେବାଭିଷେକ ନୀତି ଅନୁଷ୍ଠିତ ହେବ। ଆଜି ମହାପ୍ରଭୁ ରାଜାଧିରାଜ ବା ସୁନାବେଶରେ ବିଭୂଷିତ ହୋଇ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ। ରତ୍ନ ସିଂହାସନରେ ବର୍ଷକୁ 5 ଥର ହେଉଥିବା ସୁନାବେଶ ମଧ୍ୟରୁ ଆଜିର ବେଶ ଅନ୍ୟତମ। ସକାଳଧୂପ ପରେ ସ୍ୱର୍ଣ୍ଣ ଓ ରତ୍ନ ଖଞ୍ଜିତ ଅଳଙ୍କାରରେ ମହାପ୍ରଭୁ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ।ମସ୍ତକରେ କିରିଟ,,ପାଦରେ ଶ୍ରୀପୟର,,ହାତରେ ଶ୍ରୀଭୂଜ,,ହରିଡାମାଳ,,ବାହାଡା ମାଳ,,ସେବତୀମାଳ,,ଆଡକାନି,,ଚନ୍ଦ୍ର ସୂର୍ଯ୍ୟ ଆଦି ବିବିଧ ପ୍ରକାରର ସ୍ୱର୍ଣ୍ଣ ଅଳଙ୍କାରରେ ମହାପ୍ରଭୁ ମାନେ ରାଜାରାଜେଶ୍ୱର ବେଶରେ ଭକ୍ତ ଗଣଙ୍କୁ ଦର୍ଶନ ଦେବେ। ପ୍ରଭୁ ଶ୍ରୀରାମ ୧୪ ବର୍ଷ ବନବାସ ପରେ ଆଜିର ଦିନରେ ଅଯୋଧ୍ୟାକୁ ପ୍ରତ୍ୟାବର୍ତ୍ତନ କରି ସିଂହାସନରେ ଅଧିଷ୍ଠିତ ହୋଇଥିଲେ। ତେଣୁ ସେହି ସ୍ମୃତିରେ ଶ୍ରୀମନ୍ଦିରରେ ପୌଷ ପୁର୍ଣ୍ଣିମା ଅର୍ଥାତ୍ ରତ୍ନସିଂହାସନରେ ମହାପ୍ରଭୁଙ୍କର ଅଭିଷେକ ନୀତି ସଂପନ୍ନ ହୋଇଥାଏ।ପୁରୀ ଜିଲ୍ଲା ବ୍ରହ୍ମଗିରିର ଅଧିଷ୍ଠାତା ପ୍ରଭୁ ଅଲାରନାଥଙ୍କର ହେବ ପୁଷ୍ୟାଭିଷେକ ନୀତି। ୧୦୮ ଗରା ଜଳରେ ସର୍ବାଙ୍ଗ ସ୍ନାନ କରିବେ ଏବଂ ରାଜାବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ପ୍ରଭୁ ଅଲାରନାଥ। ଏଥିପାଇଁ ପହଞ୍ଚିଛି ପଞ୍ଚତୀର୍ଥ ଜଳ।ମହୋଦଧି, ତ୍ରିବେଣୀ ଘାଟ, ଅର୍ଜୁନ ସର ଆଦି ବିଭିନ୍ନ ତୀର୍ଥସ୍ଥଳରୁ ଜଳ ସଂଗ୍ରହ କରାଯାଇ ଏକ ଶୋଭାଯାତ୍ରାରେ ଅଣାଯାଇ ଗର୍ଭଗୃହରେ ରଖାଯାଇଛି। ଆଜିର ନୀତିକାନ୍ତି ନିମନ୍ତେ ସେବାୟତ ନିଯୋଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।ମଧ୍ୟାହ୍ନ ଧୂପ ପରେ ଦେବ ଆବାହନ ହୋମ କରାଯାଇ, ମନ୍ତ୍ରସିଦ୍ଧ ଜଳରେ ଚନ୍ଦନ, ଅଗୁର, ଅତର, ଜାଇଫଳ, କର୍ପୁର ଓ କେଶର ଆଦି ମିଶ୍ରଣ କରାଯାଇ ମହାପ୍ରଭୁ ଅଲାରନାଥଙ୍କୁ ସର୍ବାଙ୍ଗ ସ୍ନାନ କରାଯିବ। ବର୍ଷରେ ଗୋଟିଏ ଥର ମହାପ୍ରଭୁ ଜଳ ସ୍ନାନ କରିଥାନ୍ତି ଏବଂ ତାଙ୍କୁ ରାଜାବେଶରେ ଦର୍ଶନ କରିବା ପାଇଁ ପ୍ରବଳ ଭକ୍ତ ସମାଗମ ହୋଇଥାଏ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!