ଭୁବନେଶ୍ୱର, ୨୫ା୧:ଆସନ୍ତା ୨୭ ତାରିଖରେ ରାଜ୍ୟରେ ସବୁ ସ୍କୁଲ, କଲେଜ ଛୁଟି । ସମ୍ବଲପୁର ସମଲେଇ ପ୍ରକଳ୍ପର ଲୋକାର୍ପଣ ଉତ୍ସବ ପାଇଁ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର । ଚତୁର୍ଥ ଶନିବାର ଯୋଗୁଁ ସରକାରୀ ଅଫିସ୍ ମଧ୍ୟ ବନ୍ଦ ରହିବ । ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ୱରୀଙ୍କ ପୀଠର ବିକାଶ ପାଇଁ କରାଯାଇଥିବା ସମଲେଇ ପ୍ରକଳ୍ପର ଲୋକାର୍ପଣ ଉତ୍ସବ ହେବ ଆସନ୍ତା ଶନିବାର ।ସମ୍ବଲପୁରର ସମଲେଇ ପ୍ରକଳ୍ପ ଲୋକର୍ପଣ ଉତ୍ସବ ପାଇଁ ଜୋରସୋରରେ କାର୍ଯ୍ୟ ଜାରି ରହିଛି । ୪୦ ଏକର ପରିମିତ ଅଞ୍ଚଳରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ମନ୍ଦିରର ଭବ୍ୟ ରୂପାନ୍ତରଣ ହୋଇଛି । ଏହି କାର୍ଯ୍ୟ ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ମନ୍ଦିରର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ କରାଯାଉଛି । ସେଥିପଇଁ ୩ ହଜାରରୁ ଅଧିକ ଶ୍ରମିକ ଓ କର୍ମଚାରୀ ଦିନରାତି ପରିଶ୍ରମ କରୁଛନ୍ତି ।ଏହି ପ୍ରକଳ୍ପର ୪ଟି ମୁଖ୍ୟ ଲକ୍ଷ୍ୟ ରହିଛି। ସେଗୁଡ଼ିକ ହେଲା ମାଆ ସମଲେଶ୍ୱରୀଙ୍କ ମନ୍ଦିର ପରିସରର ରୂପାନ୍ତରଣ, ଭକ୍ତ ଓ ଶ୍ରଦ୍ଧାଳୁ ମନରେ ଆଧ୍ୟାତ୍ମିକ ମନୋଭାବ ସୃଷ୍ଟି ପାଇଁ ଗୁରୁତ୍ୱ, ସମ୍ବଲପୁରର ପର୍ଯ୍ୟଟନ ଅର୍ଥନୀତି ପ୍ରତି ଗୁରୁତ୍ୱ ଓ ମନ୍ଦିର ଚାରିପଟେ ଅନ୍ୟାନ୍ୟ ପ୍ରକଳ୍ପର ବିକାଶ ଓ ସ୍ଥାନୀୟ ଲୋକଙ୍କ ଆର୍ଥିକ ବିକାଶ ପାଇଁ ସୁଯୋଗ ସୃଷ୍ଟି କରିବା ମୁଖ୍ୟ ଲକ୍ଷ୍ୟ ରହିଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |