ଅଯୋଧ୍ୟା,୨୫।୧: ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟାର ଭବ୍ୟ ରାମ ମନ୍ଦିରରେ ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯାଇଥିଲା। ତା’ପର ଦିନ ଅର୍ଥାତ୍ ଜାନୁଆରୀ ୨୩ରେ ଏହାକୁ ଶ୍ରଦ୍ଧାଳୁଙ୍କ ଦର୍ଶନ ନିମନ୍ତେ ଖୋଲି ଦିଆଯାଇଥିଲା। ଆଉ ପ୍ରଥମ ଦିନରେ ହିଁ ଭକ୍ତମାନେ ରାମ ମନ୍ଦିରକୁ ୩.୧୭ କୋଟି ଟଙ୍କା ଦାନ କରିଥିଲେ। ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ରର ଟ୍ରଷ୍ଟି ଅନୀଲ ମିଶ୍ରା ଏହି ସୂଚନା ଦେଇଛନ୍ତି।ଅନୀଲ କହିଛନ୍ତି, ସୋମବାର ପ୍ରାଣ ପ୍ରତିଷ୍ଠା ଉତ୍ସବ ଶେଷ ହେବା ପରେ ୧୦ଟି ଦାନ ଗ୍ରହଣ କେନ୍ଦ୍ର ଖୋଲା ଯାଇଥିଲା। ମଙ୍ଗଳବାର (ଜାନୁଆରୀ ୨୩) ଭକ୍ତମାନେ ରାମ ଲଲାଙ୍କ ଦର୍ଶନ କରିଥିଲେ। ସେହିଦିନ ମନ୍ଦିରର ଦାନ କେନ୍ଦ୍ରରୁ ଓ ଅନ୍ଲାଇନ୍ରେ ୩.୧୭ କୋଟି ଟଙ୍କାର ଦାନ ଗ୍ରହଣ କରାଯାଇଥିଲା।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |