ପୋଲିଂ କର୍ମଚାରୀ ଯେଉଁଠି ଡ୍ୟୁଟି କରିବେ, ସେଇଠି ଦେବେ ଭୋଟ୍

ଭୁବନେଶ୍ୱର,୨୫ା୧:  ସାଧାରଣ ନିର୍ବାଚନରେ ପୋଲିଂ ଅଧିକାରୀଙ୍କ ପାଇଁ ଆରମ୍ଭ ହୋଇଛି ନୂଆ ବ୍ୟବସ୍ଥା।ସାଧାରଣ ନିର୍ବାଚନରେ ପୋଲିଂ ଅଧିକାରୀଙ୍କ ପାଇଁ ନୂଆ ବ୍ୟବସ୍ଥା। ପୋଲିଂ ଦାୟିତ୍ୱରେ ଥିବା ସମସ୍ତ ଅଧିକାରୀ ଓ କର୍ମଚାରୀ ଯେଉଁଠାରେ ଡ୍ୟୁଟି କରୁଥିବେ ସେହି ସ୍ଥାନରେ ଭୋଟ ଦେବା ପାଇଁ ବ୍ୟବସ୍ଥା କରାଯାଇଛି। ଏଥିପାଇଁ ନିର୍ବାଚନ ଆୟୋଗକଙ୍କ ପକ୍ଷରୁ ସ୍ୱତନ୍ତ୍ର ଭୋଟିଂ କେନ୍ଦ୍ର କରାଯିବ। ସେହିପରି ୮୦ ବର୍ଷରୁ ଅଧିକ ବୟସ୍କ ଓ ୪୦ ବର୍ଷରୁ କମ ବୟସ୍କ ଦିବ୍ୟାଙ୍ଗ ଓ ଅସୁସ୍ଥ ହୋଇ ଘରେ ପଡ଼ି ରହିଥିଲେ ସେମାନଙ୍କ ପାଇଁ ହୋମ ଭୋଟିଂ ବ୍ୟବସ୍ଥା କରାଯାଇଛିପୋଲିଂ ଦାୟିତ୍ୱରେ ଥିବା ସମସ୍ତ ଅଧିକାରୀ ଓ କର୍ମଚାରୀ ଯେଉଁଠାରେ ଡ୍ୟୁଟି କରୁଥିବେ ସେହି ସ୍ଥାନରେ ସେମାନଙ୍କ ଭୋଟ ଦେବା ପାଇଁ ବ୍ୟବସ୍ଥା କରାଯାଇଛି। ଏଥିପାଇଁ ନିର୍ବାଚନ ଆୟୋଗକଙ୍କ ପକ୍ଷରୁ ସ୍ୱତନ୍ତ୍ର ଭୋଟିଂ କେନ୍ଦ୍ର କରାଯିବ ବୋଲି କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳ। ୨୦୨୪ ସାଧାରଣ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ଟାଇମ୍ ଲାଇନ୍ ଅନୁସାରେ ଚାଲିଛି। ସମସ୍ତ ଜିଲ୍ଲାରେ ଇଭିଏମ୍ ପହଞ୍ଚିବା ସହ ଟେଷ୍ଟିଂ ସରିଛି। ନିର୍ବାଚନ ପାଇଁ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟ ସରିଛି, ତୃତୀୟ ପର୍ଯ୍ୟାୟ କାର୍ଯ୍ୟ ଚାଲିଛି ବୋଲି ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳ ।ଏଥିନିମନ୍ତେ ପ୍ରଥମେ ଇଭିଏମ ଚେକିଂ ହେଲା। ଭୋଟର ତାଲିକା ପ୍ରସ୍ତୁତ ହେଲା। ଇଭିଏମ୍‌ରେ କିପରି ଭୋଟ ଦିଆଯିବ ବୁଥ୍‌ ପର୍ଯ୍ୟନ୍ତ ସମସ୍ତଙ୍କୁ ସଚେତନ କରାଯାଉଛି। ଏଥିନିମନ୍ତେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହୋଇ ଯାଇଥିବା ଶ୍ରୀ ଧଳ ସୂଚନା ଦେଇଛନ୍ତି।ଏହି ଅବସରରେ ସେ କହିଛନ୍ତି, ୫ ବର୍ଷ ମଧ୍ୟରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ବହୁ ଯୁବ ଗୋଷ୍ଠୀ ଭୋଟର ସୃଷ୍ଟି ହୋଇଛନ୍ତି। ଭୋଟିଂର ଅନୁଭୂତି ଅତୁଳନୀୟ । ଖୁବ୍‌ ଶୀଘ୍ର ଜାତୀୟ ନିର୍ବାଚନ କମିଶନର ଓଡ଼ିଶା ଆସିବେ। ହେଲେ ଏ ନେଇ ତାରିଖ ଧାର୍ଯ୍ୟ ହୋଇନି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!