ଆଜି ଦେଶ ପାଳନ କରୁଛି 75ତମ ସାଧାରଣତନ୍ତ୍ର ଦିବସ

ନୂଆଦିଲ୍ଲୀ,୨୬ା୧: ଆଜି ଦେଶ ପାଳନ କରୁଛି ୭୫ତମ ଗଣତନ୍ତ୍ର ଦିବସ । ଗଣତନ୍ତ୍ର ଦିବସ ପାଇଁ ଝଲସୁଛି ପଲ୍ଲୀ ଠାରୁ ସହର । ଏଥିପାଇଁ ସମସ୍ତ ଦେଶବାସୀ ଉତ୍ସାହିତ । କଶ୍ମୀରରୁ କନ୍ୟାକୁମାରୀ ଯାଏ ସବୁଠି ତ୍ରିରଙ୍ଗାରେ ରଙ୍ଗାୟିତ ।ରାଜଧାନୀ ଦିଲ୍ଲୀର କର୍ତ୍ତବ୍ୟ ପଥରେ ଭାରତୀୟ ସେନା ନିଜ ଶୌର୍ଯ୍ୟ ଦେଖାଇବେ । ଏଥର ଦିଲ୍ଲୀର କର୍ତ୍ତବ୍ୟ ପଥରେ ଗଡ଼ିବ ଓଡ଼ିଶାର ପ୍ରଜ୍ଞାପନ ମେଢ଼ । ଚଳିତ ୭୫ତମ ଗଣତନ୍ତ୍ର ଦିବସ ସମାରୋହରେ ଦିଲ୍ଲୀର କର୍ତ୍ତବ୍ୟ ପଥ ପ୍ୟାରେଡରେ କିଛି ନୂଆ ଦେଖିବାକୁ ମିଳିବ । ଚଳିତ ବର୍ଷର ଥୀମ୍ ହେଉଛି ଭାରତର ଲୋକତନ୍ତ୍ର ଏବଂ ବିକଶିତ ରାଷ୍ଟ୍ର ନିର୍ମାଣର ସଂକଳ୍ପ । ‘ବିକଶିତ ଭାରତ ଏବଂ ଭାରତ- ଲୋକତନ୍ତ୍ରର ମତୃକା’ ଥୀମ୍ ସହ ଚଳିତ ଗଣତନ୍ତ୍ର ଦିବସ ପ୍ୟାରେଡ୍ ମହିଳା କେନ୍ଦ୍ରିତ ରହିବ । ଚଳିତ ଚଣତନ୍ତ୍ର ଦିବସର ମୁ୍‌ଖ୍ୟ ଅତିଥି ଭାବେ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍ ସାମିଲ ହେବେ ।ଦିଲ୍ଲୀ କର୍ତ୍ତବ୍ୟ ପଥରେ ଭାରତୀୟ ସେନା ତାଙ୍କର ସେନା ଶୌର୍ଯ୍ୟ, ସାମର୍ଥ ଏବଂ ବୀରତ୍ୱ ପ୍ରଦର୍ଶନ କରିବେ। ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପରେଡର ଅଭିବାଦନ ଗ୍ରହଣ କରିବେ ।ପ୍ରଥମ ଥର ପାଇଁ ପ୍ୟାରେଡର ଆରମ୍ଭ ୧୦୦ ମହିଳା କଳାକାରଙ୍କ ଭାରତୀୟ ସଂଗୀତ ବାଦ୍ୟଯନ୍ତ୍ର ପ୍ରଦର୍ଶନ ସହ ହେବ । ପ୍ରତିରକ୍ଷା ସଚିବଙ୍କ କହିବାନୁଯାୟୀ ଚଳିତ ଗଣତନ୍ତ୍ର ଦିବସ ପ୍ୟାରେଡରେ ମହିଳାମାନଙ୍କ ପ୍ରତିନିଧିତ୍ୱ ଦେଖିବାକୁ ମିଳିବ । ଏହି ପ୍ୟାରେଡରେ ଫ୍ରାନ୍ସର ୯୫ ସଦସ୍ୟ ମାର୍ଚିଂ ଦଳ ଏବଂ ୩୩ ସଦସ୍ୟ ବ୍ୟାଣ୍ଡ୍ ଦଳ ଭାଗ ନେବେ । ଏହା ସହ ଭାରତୀୟ ବାୟୁ ସେନାର ବିମାନ ସହ ଏକ ମଲ୍ଟି ରୋଲ ଟ୍ୟାଙ୍କର ଟ୍ରାନ୍ସପୋର୍ଟ(ଏମ୍‌ଆରଟିଟି) ବିମାନ ଏବଂ ଫ୍ରାନ୍ସ ବାୟୁସେନାର ୨ଟି ରାଫେଲ ଲଢ଼ୁଆ ଜେଟ୍ ଫ୍ଲାଇ- ପାଷ୍ଟରେ ଭାଗ ନେବେ । ସେହିପରି ରାଜ୍ୟସ୍ତରୀୟ ପ୍ୟାରେଡ୍ ପାଇଁ ପ୍ରସ୍ତୁତ ଭୁବନେଶ୍ୱରର ଗାନ୍ଧୀମାର୍ଗ । ଦିଲ୍ଲୀର କର୍ତ୍ତବ୍ୟ ପଥ ଏବଂ ଗାନ୍ଧୀମାର୍ଗରେ ‘ରୁପାନ୍ତରଣ ପଥେ ଓଡ଼ିଶା’ ଥିମକୁ ନେଇ ଗଡ଼ିବ ପ୍ରଜ୍ଞାପନ ମେଢ଼ । ରାଜ୍ୟ ସରକାରଙ୍କ ୧୨ଟି ବିଭାଗ ଏବଂ ଗୋଟିଏ ନିଗମ ପକ୍ଷରୁ ମୋଟ୍ ୧୩ଟି ମେଢ଼ ଗଡ଼ିବା ନେଇ ସ୍ଥିର ହୋଇଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!