ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ,ପତାକା ଉତ୍ତୋଳନ କଲେ ରାଜ୍ୟପାଳ

ଭୁବନେଶ୍ୱର,୨୬ା୧: ଶୁକ୍ରବାର ରାଜ୍ୟରେ ୭୫ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଛି। ଏହି ଶୁଭ ଅବସରରେ ରାଜ୍ୟପାଳ ରଘୁବର ଦାସ ଯୋଗଦେଇ ପତାକା ଉତ୍ତୋଳନ କରିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଛନ୍ତି। ସବୁଠି ଗଣତନ୍ତ୍ରର ସର୍ବଶ୍ରେଷ୍ଠ ପର୍ବକୁ ପାଳନ କରିବାକୁ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ। ରାଜଧାନୀର ମହାତ୍ମା ଗାନ୍ଧୀ ମାର୍ଗରେ ୭୫ତମ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟପାଳ ରଘୁବର ଦାସ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ରାଜ୍ୟପାଳ ରଘୁବର ଦାସ ଚିତ୍ତାକର୍ଷକ ପରେଡରେ ଅଭିବାଦନ ଗ୍ରହଣ କରିଛନ୍ତି। ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଛନ୍ତି। ଏହି ଅବସରରେ ଆୟୋଜିତ ରଙ୍ଗାରଙ୍ଗ ପରେଡର ନେତୃତ୍ୱ ନେଉଛନ୍ତି ଆଇପିଏସ୍‌ ଅଫିସର ଏ.ବି ଶିଳ୍ପା। ଏହି ପରେଡରେ ଆଇଟିବିପି, ସିଆରପିଏଫ୍ ଏବଂ ଓଏସଏପି ଯବାନମାନଙ୍କ ସମେତ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଛନ୍ତି। ଏଥର ଗଡ଼ିଛି ପ୍ରଜ୍ଞାପନ ମେଢ଼। ‘ରୂପାନ୍ତରଣ ପଥେ ଓଡ଼ିଶା’ ଥିମକୁ ନେଇ ଆୟୋଜନ ହୋଇଛି ମେଢ଼। ରାଜ୍ୟ ସରକାରଙ୍କ ୧୨ଟି ବିଭାଗ ଏବଂ ଗୋଟିଏ ନିଗମ ପକ୍ଷରୁ ମୋଟ ୧୩ଟି ମେଢ଼ ଗଡ଼ିଛି। ଏହାଛଡ଼ା ବିଭିନ୍ନ ଲୋକନୃତ୍ୟ ଓ କଳା ମଧ୍ୟ ପ୍ରଦର୍ଶିତ ହୋଇଛି।ଏଥର ପରେଡର ନେତୃତ୍ୱ ନେଇଥିଲେ IPS ଅଫିସର ଏ.ବି. ଶିଳ୍ପା। ପରେଡ଼ରେ ମୋଟ ୬୪ କଣ୍ଟିଜେଣ୍ଟ ଭାଗ ନେଇଥିଲେ। ITBP, CRPF ,BSF, FIRE, ODRAF, ଓଡିଶା ହୋମ୍ ଗାର୍ଡ, RPF, SAINIK SCHOOL ପୁଲିସ ବ୍ୟାଣ୍ଡ ସମତେ ବିଭିନ୍ନ ସ୍କୁଲର ଛାତ୍ର ଛାତ୍ରୀ ପରେଡ଼ରେ ସାମିଲ ହୋଇଥିଲେ। ଏହାସହ ୪ଟି ସାଂସ୍କୃତିକ ଦଳ, ସ୍କେଟିଂ, ଡେୟାର ଡେଭିଲ୍ସ ବି ପରେଡ଼ରେ ସାମିଲ ହୋଇଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!