ନୂଆଦିଲ୍ଲୀ,୨୬।୧:ଆଜି ଦେଶ ପାଳୁଛି ତାର ୭୫ତମ ଗଣଣତନ୍ତ୍ର ଦିବସ। ଏହି ପବିତ୍ର ଉତ୍ସବରେ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ଦିଲ୍ଲୀର କର୍ତ୍ତବ୍ୟ ପଥରେ ଆୟୋଜିତ ଭବ୍ୟ କାର୍ଯ୍ୟକ୍ରମରେ ପତାକା ଉତ୍ତୋଳନ କରିଛନ୍ତି ରାଷ୍ଟ୍ରପତି ମୁର୍ମୁ। ଗଣତନ୍ତ୍ର ଦିବସର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ । ପ୍ରଧାମନ୍ତ୍ରୀ ଓ ମନ୍ତ୍ରୀମଣ୍ଡଳର ସଦସ୍ୟ ମଧ୍ୟ ଉପସ୍ଥିତ ଅଛନ୍ତି। ଏଥିସହ ଦେଶର ବହୁ ବରିଷ୍ଠ ନେତା ତିନି ସେନାର ମୁଖ୍ୟ ଏବଂ କମାଣ୍ଡରମାନେ ମଧ୍ୟ କର୍ତ୍ତବ୍ୟ ପଥରେ ଆୟୋଜିତ ଗଣତନ୍ତ୍ର ଦିବସରେ ଉପସ୍ଥିତ ରହିଛନ୍ତି।ଏହି ସମୟରେ ରାଷ୍ଟ୍ରପତିଙ୍କ ସମେତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚଳିତ ବର୍ଷର ମୁଖ୍ୟ ଅତିଥି ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରନ ଉପସ୍ଥିତ ଥିଲେ। ଏଥିସହ କେନ୍ଦ୍ର ମନ୍ତ୍ରୀମଣ୍ଡଳର ସଦସ୍ୟ, ତିନି ସେନାର ମୁଖ୍ୟ ଏବଂ କମାଣ୍ଡରମାନେ ମଧ୍ୟ କର୍ତ୍ତବ୍ୟ ପଥରେ ଆୟୋଜିତ ଗଣତନ୍ତ୍ର ଦିବସରେ ଉପସ୍ଥିତ ରହିଥିଲେ। ପତାକା ଉତ୍ତୋଳନ ପରେ ପରେଡରେ ଅଭିଭାଦନ ଗ୍ରହଣ କରିଛନ୍ତି ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ।କର୍ତ୍ତବ୍ୟ ପଥରେ ଭାରତୀୟ ସେନାର ଶୈର୍ଯ୍ୟ ପ୍ରଦର୍ଶନ। ରଙ୍ଗାରଙ୍ଗ ପରେଡ୍ରେ ବୀରତ୍ୱ ପ୍ରଦର୍ଶନ ଚାଲିଛି। ପରେଡ୍ରେ ଭାଗ ନେଲେ ଫ୍ରାନ୍ସରୁ ଆସିଥିବା ରେଜିମେଣ୍ଟ । ଏଥିସହ ଭାରତ- ଫ୍ରାନ୍ସ ଦ୍ବିପାଖିକ ସୁସମ୍ପର୍କ ପ୍ରମାଣ ଦେଇଛନ୍ତି। ସାମରିକ ଶକ୍ତି ପ୍ରଦର୍ଶନ କରୁଛନ୍ତି ଭାରତୀୟ ଯବାନ । ପ୍ରଥମ କରି ସାମିଲ୍ ହୋଇଛି BSF ମହିଳା ବ୍ରାସବ୍ୟାଣ୍ଡ । ନାରୀ ଶକ୍ତି ନାଁରେ ସାମିଲ୍ ହେଲା ମହିଳା ସୀମା ସୁରକ୍ଷା ବଳ । କର୍ତ୍ତବ୍ୟ ପଥରେ ପ୍ରଥମ କରି ଅଲ୍ ୱିମେନ ରେଜିମେଣ୍ଟ ସାମିଲ ହୋଇଛି। ୩ ବାହିନୀର ମହିଳା ଅଫିସରଙ୍କ ବୀରତ୍ୱ ପ୍ରଦର୍ଶନ କରିଛନ୍ତି।ଏହାପରେ କର୍ତ୍ତବ୍ୟ ପଥରେ ପ୍ରଦର୍ଶିତ ହୋଇଛି ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର T-90 ଭୀଷ୍ମ ଟ୍ୟାଙ୍କ, ନାଗ୍ ମିଜାଇଲ୍, ପିନାକ ମିଜାଇଲ, ୱିପନ ଲୋକେଟିଂ ରାଡାର ସିଷ୍ଟମ, ଡ୍ରୋନ ଜାମର ସିଷ୍ଟମ, ଆଡଭାନ୍ସ ରେଡିଓ ଫ୍ରିକ୍ୟୁଏନ୍ସି, ମଲ୍ଟି ଫଙ୍କସନ (MF) ରାଡାର ପ୍ରଦର୍ଶିତ ହୋଇଛି।ସେହିପରି ୩ ବାହିନୀର ମହିଳା ଅଫିସରଙ୍କ ବୀରତ୍ୱ ପ୍ରଦର୍ଶନ ହୋଇଛି। ପ୍ରଥମ କରି ସେନା ବାହିନୀର ମେଡିକାଲ ମହିଳା କଣ୍ଟିଜେଣ୍ଟ ସାମିଲ୍ ହୋଇଛନ୍ତିଏହା ପୂର୍ବରୁ ଜାତୀୟ ଯୁଦ୍ଧ ସ୍ମାରକୀରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ ମୋଦୀ । ପ୍ରତିରକ୍ଷା ମନ୍ତ୍ରୀ ଓ ତିନି ବାହିନୀର ମୁଖ୍ୟଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରାଯାଇଥିଲା। ପରେ ପ୍ରଧାନମନ୍ତ୍ରୀ ମୋଦୀ ସହିଦ ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |