୨୦୨୪ ମସିହା ପାଇଁ ପଦ୍ମ ପୁରସ୍କାର

ନୂଆଦିଲ୍ଲୀ,୨୬।୧:ସାଧାରଣତନ୍ତ୍ର ଦିବସ ଅବସରରେ ଆଜି ପଦ୍ମ ପୁରସ୍କାର ଘୋଷଣା କରାଯାଇଛି। ଚଳିତ ବର୍ଷ ୧୦୬ ଜଣଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ। ୬ ଜଣଙ୍କୁ ପଦ୍ମ ବିଭୂଷଣ, ୯ ଜଣଙ୍କୁ ପଦ୍ମ ଭୂଷଣ ଏବଂ ୯୧ ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଛି। ପଦ୍ମ ବିଭୂଷଣ ପୁରସ୍କାର ପାଇଥିବା ୬ ବିଶିଷ୍ଟ ବ୍ୟକ୍ତିଙ୍କ ମଧ୍ୟରେ ସମାଜବାଦୀ ପାର୍ଟିର ପୂର୍ବତନ ମୁଖ୍ୟ ମୁଲାୟମ ସିଂହ ଯାଦବ, ବିଶିଷ୍ଟ ତବଲା ବାଦକ ଜାକିର ହୁସେନ, ପୂର୍ବତନ ବିଦେଶ ମନ୍ତ୍ରୀ ଏସ୍‌ଏମ୍‌ କ୍ରିଷ୍ଣା ରହିଛନ୍ତି। ମେଡିସିନରେ ମରଣୋତ୍ତର ଭାବେ ଦିଲୀପ ମାହାଲନୋବିସ, ବିଜ୍ଞାନ ଓ ଇଞ୍ଜିନିୟରିଂ କ୍ଷେତ୍ରରେ ଶ୍ରୀନିବାସ ବର୍ଦ୍ଧନଙ୍କୁ ମଧ୍ୟ ଏହି ସମ୍ମାନ ପ୍ରଦାନ କରାଯାଇଛି।ପଦ୍ମ ଭୂଷଣ ସମ୍ମାନ ପାଇଥିବା ୯ ଜଣ ହେଲେ ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ଏସ୍‌ଏଲ୍‌ ଭୈରପ୍ପା, ବାଣିଜ୍ୟ ଏବଂ ଶିଳ୍ପ କ୍ଷେତ୍ରରେ କୁମାର ମଙ୍ଗଳମ ବିର୍ଲା, ବିଜ୍ଞାନ ଓ ଇଞ୍ଜିନିୟରିଂ କ୍ଷେତ୍ରରେ ଦୀପକ ଧର, କଳାରେ ବାଣୀ ଜୟରାମ, ଆଧ୍ୟାତ୍ମିକତା କ୍ଷେତ୍ରରେ ଚିନ୍ନା ଜେୟାର, କଳାରେ ସୁମନ କଲ୍ୟାଣପୁର, ସାହିତ୍ୟ ଏବଂ ଶିକ୍ଷାରେ କପିଲ କପୁର, ସାମାଜିକ କାର୍ଯ୍ୟରେ ସୁଧାମୂର୍ତ୍ତି ଏବଂ ଆଧ୍ୟାତ୍ମିକତା କ୍ଷେତ୍ରରେ କମଲେଷ ଡି ପ‌ଟେଲ।ଏହାବ୍ୟତୀତ ଆକାଶ ଏୟାରର ପ୍ରତିଷ୍ଠାତା ତଥା ବିଶିଷ୍ଟ ନିବେଶକ ରାକେଶ ଝୁନଝୁନୱାଲା(ମ‌ରଣୋତ୍ତର), ଅଭିନେତ୍ରୀ ରବୀନା ଟଣ୍ଡନ ଏବଂ ମଣିପୁରର ବିଜେପି ସଭାପତି ଟି ଚାଓବା ସିଂହଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଛି। ୧୦୬ଟି ପଦ୍ମ ପୁରସ୍କାର ମଧ୍ୟରେ ୩ଟି ପୁରସ୍କାର ମିଳିତଭାବେ ଦୁଇଜଣ ଲେଖାଏଁ ବ୍ୟକ୍ତିଙ୍କୁ ପ୍ରଦାନ କରାଯାଇଛି। ଚଳିତବର୍ଷର ପଦ୍ମ ପୁରସ୍କାର ବିଜେତାଙ୍କ ମଧ୍ୟରେ ୧୯ ଜଣ ମହିଳା ରହିଛନ୍ତି। ଏଥିସହିତ ୨ ଜଣ ବିଦେଶୀ/ଏନଆରଆଇ/ପିଆଇଓ/ଓସିଆଇ ବର୍ଗରୁ ରହିଛନ୍ତି। ୭ ଜଣଙ୍କୁ ମରଣୋତ୍ତର ଭାବେ ପୁରସ୍କାର ପ୍ରଦାନ କରାଯାଇଛି। ପଦ୍ମ ପୁରସ୍କାର ପାଇଁ ରାଷ୍ଟ୍ରପତିଙ୍କ ସ୍ବୀକୃତି ଲାଭ କରିଥିବା ବ୍ୟକ୍ତିମାନଙ୍କୁ ପ୍ରଧାନମନ୍ତ୍ରୀ ‌ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!