ନବରଙ୍ଗପୁର(ମିହିର ଶଙ୍କର ପାତ୍ର),୨୬।୧ :- ଡାବୁଗାଁ ବ୍ଲକର ବିଭିନ୍ନ ସ୍ଥାନରେ 75 ତମ ଗଣତନ୍ତ୍ର ଦିବସ ପାଳିତ ହୋଇଯାଇଛି।ଏହି ଅବସରରେ ମହାତ୍ମା ଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ପ୍ରଦାନ କରିବା ସହିତ ସ୍ୱାଧୀନତା ପାଇଁ ଶହୀଦ ହୋଇଥିବା ସ୍ୱାଧୀନତା ସଂଗ୍ରାମୀ ଙ୍କ ସ୍ମୃତି ଚାରଣ କରିବା ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।ଏହି ଅବସରରେ ବ୍ଲକ କାର୍ଯ୍ୟ|ଳୟ, ତହସିଲ କାର୍ଯ୍ୟ|ଳୟ, ଥାନା, ପୋଷ୍ଟ ଅଫିସ, ମହିଳା ଓ ଶିଶୁ ବିକାଶ କାର୍ଯ୍ୟଳୟ, ସାମ୍ବାଦିକ ସଂଘ କାର୍ଯ୍ୟ|ଳୟ ଜୟ ଭାରତ ଅଟୋ ଉନ୍ନୟିନ ଓ ଡାଇବର ମହାସଂଘ ମିଳିତ ଭାବର ପତାକା ଉତ୍ତୋଳନ କରିଥିଲେ ଏଵଂ ଡାବୁଗାଁ ବ୍ଲକ ମଟର ସାଇକେଲ ମେକାନିକ ସଙ୍ଘତଥା ବିଭିନ୍ନ ସରକାରୀ ବେସରକାରୀ କାର୍ଯ୍ୟାଳୟ ରେ ଓ ବିଭିନ୍ନ ବିଦ୍ୟାଳୟ ଗୁଡିକରେ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି | ଏହି ଶୁଭ ଅବସରରେ ବିଭିନ୍ନ ସରକାରୀ କାର୍ଯ୍ୟାଳରେ ମଧ୍ୟ ଦାୟିତ୍ୱରେ ଥିବା ଅଧିକାରୀମାନେ ପତକା ଉତଲନ କରିଥିଲେ।ଆଜିର କାର୍ଯ୍ୟକ୍ରମଟି ସୁରୁଖୁରୁରେ ଅନୁଷ୍ଠିତ ହେଲା।ଡାବୁଗାଁ ବିଧାୟକ ଶ୍ରୀ ମନହର ରନ୍ଧାରୀ ସ୍ଥାନିତ ସରକାରୀ ପଞ୍ଚାୟତ ହାଇସ୍କୁଲ ରେ ବ୍ଲକସ୍ତରୀୟ ପତାକା ଉତ୍ତୋଳନ କରିବା ସହ ବ୍ଲକର ସମସ୍ତ ଜନସାଧାରଣ ଙ୍କୁ ଗଣତନ୍ତ୍ର ଦିବସ ଉପଲକ୍ଷେ ଶୁଭେଚ୍ଛା ଜଣାଇଥିଲେ। ସେଭଳି ଆଜି ଗାନ୍ଧୀ ଯୁବକ ସଙ୍ଘ ରେ ସମାଜ ସେବି ପ୍ରଫୁଲ୍ଲ କୁମାର ପଟ୍ଟନାୟକ ପତାକା ଉତ୍ତୋଳନ କରିବା ସହ ସ୍ଥାନୀୟ ଗଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଯାଇ ରୋଗୀମାନଙ୍କୁ ଫଳମୂଳ ଏଵଂ ଗାମୁଛା ବଣ୍ଟନ କରିଥିଲେ ଏହି ସମୟରେ ମେଡିକାଲ କର୍ମଚାରୀ ମାନଙ୍କୁ ଫିଲ ଦେଇଥିଲେ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |