ରାଜଧାନୀରେ ଆଦିବାସୀ ମେଳା ଉଦଘାଟିତ

ଭୁବନେଶ୍ୱର,୨୬।୧:ରାଜଧାନୀରେ ଆଦିବାସୀ ମେଳା ଉଦଘାଟିତ । ଭିଡିଓ କନ୍‌ଫରେନ୍‌ସିଂରେ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ । ୟୁନିଟ- ୧ ଆଦିବାସୀ ପଡ଼ିଆରେ ୧୧ ଦିନ ଚାଲିବ ଆଦିବାସୀ ମେଳା । ୧୦୯ଟି ଷ୍ଟଲ ପଡ଼ିଛି, ଫେବ୍ରୁଆରୀ ୫ ଯାଏଁ ଚାଲିବ ମେଳା ।ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଓ ୨୨ଟି ସମନ୍ୱିତ ଆଦିବାସୀ ବିକାଶ ସଂସ୍ଥା, ୧୭ଟି ସୂକ୍ଷ୍ମ ପରିଯୋଜନା କ୍ଷେତ୍ର ଦ୍ୱାରା ଏହି ଆୟୋଜନ କରାଯିବ । ମେଳାରେ ପାରମ୍ପରିକ ଆଦିବାସୀ ହାଟ, ଆଦିବାସୀ କଳା ଓ ହସ୍ତଶିଳ୍ପର ଷ୍ଟଲ ରହିବ । ଏଥର ମେଳାରେ ଲାଞ୍ଜିଆ ସୌରା, ବଣ୍ଡା, ଚକୁଟିଆ ଭୁଞ୍ଜିଆ, ଜୁଆଙ୍ଗ, ମୁଣ୍ଡା, ଗଡ଼ବ, ଡଙ୍ଗରିଆ କନ୍ଧ, କୁଟିଆ କନ୍ଧ, ସାନ୍ତାଳୀ, ପାଉଡ଼ି ଭୂୟାଁ, ଖରିଆ ଓ ମାଙ୍କିଡ଼ିଆ ଆଦି ଜନଜାତି ସମ୍ପ୍ରଦାୟର ସଦସ୍ୟମାନେ ଯୋଗଦେବେ ।୧୧ ଦିନ ଧରି ଏହି ମେଳାରେ ପାରମ୍ପରିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହିତ ୩୯ଟି ସାଂସ୍କୃତିକ ଗୋଷ୍ଠୀ ଆଦିବାସୀ ନୃତ୍ୟ ପରିବେଷଣ କରିବେ । ଏଥିସହିତ ବିଭାଗ ଦ୍ୱାରା ନାଟକ ମଧ୍ୟ ମଞ୍ଚସ୍ଥ ହେବ । ଅପରାହ୍ଣ ୨ଟାରୁ ରାତି ୯ଟା ପର୍ଯ୍ୟନ୍ତ ଏହି ମେଳା ସର୍ବସାଧାରଣଙ୍କ ପାଇଁ ଚାଲିବ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!