ସାଧାରଣତନ୍ତ୍ର ଦିବସ; ଶୋଭା ବଢ଼ାଇଲା ଓଡ଼ିଶାର ପ୍ରଜ୍ଞାପନ ମେଢ ଓ ୧୯୦୦ଟି ଶାଢ଼ିର ଝଲକ

ନୂଆଦିଲ୍ଲୀ,୨୬।୧:ଆଜି  ଦେଶ ୭୫ତମ ଗଣତନ୍ତ୍ର ଦିବସ ପାଳନ କରିଛି। କର୍ତ୍ତବ୍ୟ ପଥରେ ପରେଡ ସମୟରେ ଦେଶ ତାହାର ବେସାମରିକ ସାମରିକ ଶକ୍ତି ଏବଂ ସମୃଦ୍ଧ ସାଂସ୍କୃତିକ ଐତିହ୍ୟର ଏକ ବିଶାଳ ପ୍ରଦର୍ଶନ ସହିତ ୭୫ ତମ ଗଣତନ୍ତ୍ର ଦିବସ ପାଳନ କରିଥିଲା।ନୂଆଦିଲ୍ଲୀ କର୍ତ୍ତବ୍ୟ ପଥରେ ଜାତୀୟ ପତାକା ଉତ୍ତୋଳନ କରିବା ପରେ ମିଳିତ ପରେଡରେ ଅଭିବାଦନ ଗ୍ରହଣ କରିଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଉପସ୍ଥିତ ଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ମୁଖ୍ୟ ଅତିଥି ତଥା ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ । କେନ୍ଦ୍ର ମନ୍ତ୍ରିମଣ୍ଡଳ ସଦସ୍ୟ, ତିନି ସେନା ମୁଖ୍ୟ ମଧ୍ୟ ଉପସ୍ଥିତ ଥିଲେ । ପ୍ରଥମଥର ପାଇଁ  କର୍ତ୍ତବ୍ୟ ପଥରେ ପ୍ରଥମେ ଶଂଖନାଦ,  ଭେରୀ, ତୁରୀ, ଝାଞ୍ଜ ମୃଦଙ୍ଗ ଧ୍ୱନୀ ସହ ଆରମ୍ଭ ହୋଇଥିଲା କାର୍ଯ୍ୟକ୍ରମ ।ପରେଡରେ ସର୍ବ-ମହିଳା ତ୍ରି-ସେବା କଣ୍ଟିଜେଣ୍ଟ ଅଂଶଗ୍ରହଣ ସହ ମୋର୍ଚ୍ଚା ସମ୍ଭାଳିଥିଲେ । ରାଫାଲ ଯୁଦ୍ଧ ବିମାନ ସହ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର T-90 ଭୀଷ୍ମ ଟ୍ୟାଙ୍କ,  ନାଗ୍‌, ପିନାକ ମିସାଇଲ, ୱିପେନ ଲୋକେଟିଂ ରାଡାର ସିଷ୍ଟମ, ଡ୍ରୋନ ଜାମର ସିଷ୍ଟମ, ଆଡଭାନ୍ସ ରେଡିଓ ଫ୍ରିକ୍ୟୁଏନ୍ସିର ଶକ୍ତି ପ୍ରଦର୍ଶନ ସମସ୍ତଙ୍କୁ ଚକିତ କରିଥିଲା । ପରେଡ ପରେ କର୍ତ୍ତବ୍ୟ ପଥରେ ବିଭିନ୍ନ ରାଜ୍ୟର 26ଟି ପ୍ରଜ୍ଞାପନ ମେଢ ପ୍ରଦର୍ଶନ ସହ ବିବିଧ ସାଂସ୍କୃତିକ କାର୍ଯ୍ୟକ୍ରମ ମୁଖ୍ୟ ଆକର୍ଷଣ ସାଜିଥିଲା । ସୁଦୃଶ୍ୟ ଓଡ଼ିଶା ପ୍ରଜ୍ଞାପନ ମେଢ ପ୍ରଦର୍ଶନ ସମୟରେ ଗ୍ୟାଲେରୀରେ ଉପସ୍ଥିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଳିମାରି କଳାକାରଙ୍କୁ ଉତ୍ସାହିତ କରିଥିଲେ । ପ୍ରଜ୍ଞାପନ ମେଢରେ ମହିଳା ସଶକ୍ତିକରଣ, ସାମାଜିକ ଓ ଆର୍ଥିକ ଗତିବିଧିରେ ମହିଳାଙ୍କ ଭୂମିକାର ଝଲକ ଦେଖିବାକୁ ମିଳିଛି । କର୍ତ୍ତବ୍ୟ ପଥରେ ପତାକା ଉତ୍ତୋଳନ ପୂର୍ବରୁ ୱାର ମେମୋରିଆଲରେ ପହଞ୍ଚି ଦେଶପାଇଁ ପ୍ରାଣବଳି ଦେଇଥିବା ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ ପିଏମ ମୋଦି। ଏହି ଅବସରରେ ପିଏମଙ୍କ ସହ ଉପସ୍ଥିତ ଥିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ନୂଆଦିଲ୍ଲୀରେ ବିଜେପି ରାଷ୍ଟ୍ରୀୟ କାର୍ଯ୍ୟାଳୟରେ ଅଧ୍ୟକ୍ଷ ଜେପି ନଡ୍ଡା ପତାକା ଉତ୍ତୋଳନ କରିଥିବାବେଳେ ନାଗପୁରରେ RSS ମୁଖ୍ୟାଳୟରେ ସରସଂଘଚାଳକ ମୋହନ ଭାଗବତ ଜାତୀୟ ପତାକା ଉତ୍ତୋଳନ କରି ଭାରତ ମାତାଙ୍କ ଜୟଗାନ କରିଥିଲେ । ଏଥର ୭୫ତମ ଗଣତନ୍ତ୍ର ଦିବସ ପରେଡରେ ମହିଳା କେନ୍ଦ୍ରିକ ହୋଇଛି। ଚଳିତଥର ‘ବିକଶିତ ଭାରତ’ ଏବଂ ‘ଭାରତ-ମାତା ଗଣତନ୍ତ୍ର’ ମୁଖ୍ୟ ବିଷୟବସ୍ତୁ ପାଲଟିଛି। ଏହି କ୍ରମରେ ଅନନ୍ତ ସୂତ୍ର ନାମକ ଏକ ବି‌ଶେଷ ପ୍ରଦର୍ଶନ ସମସ୍ତଙ୍କୁ ଚକିତ କରି ଦେଇଛି।ଏହି ପ୍ରଦର୍ଶନରେ ଦେଶର ପ୍ରତି କୋଣଅନୁକୋଣରୁ ସଂଗ୍ରହ କରାଯାଇଥିବା ୧୯୦୦ଟି ଶାଢ଼ିକୁ ଏକାଠି କରି ପ୍ରଦର୍ଶନ କରାଯାଇଥିଲା। ଏଥିରେ କ୍ୟୁଆର କୋର୍ଡ ବି ଦିଆଯାଇଥିଲା। ଯାହାକୁ ଆଧାର କରି ଯେ‌‌କୌଣସି ଲୋକ ଶାଢ଼ିର ବୁଣା ଓ ଏହା କେଉଁ ସ୍ଥାନର ସେବିଷୟରେ ସବିଶେଷ ବିବରଣୀ ପାଇପାରିବେ। ଏହି ଶାଢ଼ିକୁ କଳାକାରଙ୍କ ପ୍ରତିଭାକୁ ପ୍ରଦର୍ଶନ କରିବା ପାଇଁ ପ୍ରଦର୍ଶିତ କରାଯାଇଥିଲା। ଏଥିରେ ଗୋଟିଏ ଶାଢ଼ି ୧୫୦ବର୍ଷ ପୁରୁଣା ବୋଲି କୁହାଯାଉଛି।

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!