ଭୁବନେଶ୍ୱର ,୨୭।୧: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଶ୍ଚିମ ଓଡ଼ିଶାର ଇଷ୍ଟଦେବୀ ମା’ ସମଲେଇ ପ୍ରକଳ୍ପକୁ ଲୋକାର୍ପଣ କରିବେ । ସମ୍ବଲପୁରରେ ହୋଇଥିବା ମା’ ସମଲେଇ ପ୍ରକଳ୍ପକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ଦିନ ୧୨ଟା ସମୟରେ ଜମାଦାରପାଲି ଏୟାରଷ୍ଟ୍ରିପ୍ ରେ ମୁଖ୍ୟମନ୍ତ୍ରୀ ବିମାନ ଯୋଗେ ପହଞ୍ଚିବେ। ସେଠାରୁ ସମଲେଇ ମନ୍ଦିରକୁ ଯାଇ ଅପରାହ୍ନ୧୨ଟା ୩୦ ମିନିଟରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି।ମନ୍ଦିର ପରିସରରେ ପ୍ରାୟ ଦେଢ ଘଣ୍ଟା ରହଣି କାର୍ଯ୍ୟକ୍ରମ ରହିଛି। ଗତକାଲି ହଜାରେରୁ ଅଧିକ ମହିଳା ମହାନଦୀରୁ ଜଳ କୁମ୍ଭ ଧରି କଳସ ଯାତ୍ରା କରି ସମଲେଇ ମନ୍ଦିରକୁ ଯାଇଥିଲେ। ମନ୍ଦିରରେ ନଡ଼ିଆ କଳସ ଗୁଡିକୁ ରଖାଯାଇଛି।ଯଜ୍ଞ କୁଣ୍ଡରେ ଆଜିଠାରୁ ହୋମ ଯଜ୍ଞ ଆରମ୍ଭ ହେବ। ସମଲେଇ ପ୍ରକଳ୍ପ ଲୋକାର୍ପଣ ଓ ସ୍ୱତନ୍ତ୍ର ଦେବ ନୀତି ପାଇଁ ଆଜି ସକାଳ ୯ଟାରୁ ଦିନ ୨ଟା ପର୍ଯ୍ୟନ୍ତ ସମଲେଇ ମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବ। ଆଜି ସାରା ରାଜ୍ୟରେ ସମସ୍ତ ସ୍କୁଲ କଲେଜକୁ ପୂର୍ବରୁ ବନ୍ଦ ଘୋଷଣା କରାଯାଇଛି।ଆଜି ରାଜ୍ୟର ସମସ୍ତ ସ୍କୁଲ ଓ କଲେଜ ବନ୍ଦ ରହିବ ବୋଲି ଗତ ୨୫ ତାରିଖରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ।୪୦ ଏକର ପରିମିତ ଅଞ୍ଚଳରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ମନ୍ଦିରର ଭ୍ୟ ରୂପାନ୍ତରଣ ହୋଇଛି । ଏହି କାର୍ଯ୍ୟ ପାଇଁ ୩ ହଜାରରୁ ଅଧିକ ଶ୍ରମିକ ଓ କର୍ମଚାରୀ ଦିନରାତି ପରିଶ୍ରମ କରିଥିଲେ । ମା’ ସମଲେଇ ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁମାନେ ଏହି ପ୍ରକଳ୍ପ ଓ ମନ୍ଦିରର ବିକାଶ କାର୍ଯ୍ୟ ଦେଖି ଖୁସି ଜାହିର କରିଛନ୍ତି । ଏହି ପ୍ରକଳ୍ପରେ ୪ଟି ଦ୍ୱାର, ମନ୍ଦିର ଟ୍ରଷ୍ଟ ବୋର୍ଡ କାର୍ଯ୍ୟାଳୟ, ୱାଚ ଟାୱର, ଭୋଗ ମଣ୍ଡପ, ଦୀପ ଗୃହ, ଫାଉଣ୍ଟେନ, ଯାତ୍ରୀଙ୍କ ବିଶ୍ରାମ ଗୃହ ସହିତ ମିଶନ ଶକ୍ତି କାଫେ ରହିଛି । ପ୍ରଥମ ଥର ପାଇଁ ପଶ୍ଚିମ ଓଡ଼ିଶାରେ ସମଲେଇ ପ୍ରକଳ୍ପରେ ବିଦ୍ୟୁତ ବିଭାଗ ଭୂତଳ ବିଦ୍ୟୁତ ବ୍ୟବସ୍ଥା କରିଛନ୍ତି । ମୁଖ୍ୟ ଯଜ୍ଞସ୍ଥଳୀକୁ ଛାଡ଼ିଦେଲେ ୪ଟି ମୁଖ୍ୟ ଦ୍ୱାରରେ ୪ଟି ଯଜ୍ଞସ୍ଥଳୀ କରାଯାଇଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |