ନୂଆଦିଲ୍ଲୀ,,୨୭।୧:ରାଜନୈତିକ ଦଳ ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଗୋଟିଏ ପଟେ ସାଂସଦ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସର ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ଜାରି ରହିଥିବା ବେଳେ ଅନ୍ୟପଟେ ଆଜି କେରଳରେ ବିଜେପି ନେତୃତ୍ୱରେ ଏନଡିଏ ଏକ ମାସ ବ୍ୟାପି ପଦଯାତ୍ରା ଆରମ୍ଭ କରୁଛି । ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା କାସରଗୌଡ଼ ଜିଲ୍ଲାରେ ସବୁଜ ପତାକା ଦେଖାଇ ଏହି ପଦଯାତ୍ରାର ଶୁଭାରମ୍ଭ କରିବେ । ତେବେ ଏହି ପଦଯାତ୍ରା ଫେବୃଆରୀ ୨୭ରେ ପଲକ୍କଡ଼ ଜିଲ୍ଲାରେ ଶେଷ ହେବ ।ରାଜ୍ୟ ସଭାପତି କେ ସୁଦର୍ଶନ ପଦଯାତ୍ରାର ଆରମ୍ଭ କରିବେ ଓ ସେ ଧାର୍ମିକ ଓ ସାମାଜିକ ନେତା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ଜଡ଼ିତ ରହୁଥିବା ବିଶିଷ୍ଟ ବ୍ୟକ୍ତିମାନଙ୍କୁ ଭେଟିବେ। ଏଥି ସହିତ ସେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ସଂପର୍କରେ ହିତାଧିକାରୀମାନଙ୍କୁ ଅବଗତ କରିବେ। ଶ୍ରୀ ନଡ୍ଡା ପଦଯାତ୍ରା ଆରମ୍ଭ କରିବା ପୂର୍ବରୁ ସୁରେନ୍ଦ୍ରନ ମଧୁର ମନ୍ଦିର ଯିବେ। ପଦଯାତ୍ରା ଜାନୁଆରି ୨୯ରେ କନ୍ନୁର, ୩୦ରେ ବାୟନାଡ ଓ ୩୧ରେ ୱଇକାରା ପହଞ୍ଚିବ। ଫେବ୍ରୁଆରି ୧୨ରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପଦଯାତ୍ରାର ତିରୁଅନନ୍ତପୁରମ ପର୍ଯ୍ୟାୟକୁ ଶୁଭାରମ୍ଭ କରିବେ।ଶ୍ରୀ ନଡ୍ଡା ପଦଯାତ୍ରା ଆରମ୍ଭ କରିବା ପୂର୍ବରୁ ସୁରେନ୍ଦ୍ରନ ମଧୁର ମନ୍ଦିର ଯିବେ। ପଦଯାତ୍ରା ଜାନୁଆରି ୨୯ରେ କନ୍ନୁର, ୩୦ରେ ବାୟନାଡ ଓ ୩୧ରେ ୱଇକାରା ପହଞ୍ଚିବ। ଫେବ୍ରୁଆରି ୧୨ରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପଦଯାତ୍ରାର ତିରୁଅନନ୍ତପୁରମ ପର୍ଯ୍ୟାୟକୁ ଶୁଭାରମ୍ଭ କରିବେ। ଏହି ପଦଯାତ୍ରା ଫେବ୍ରୁଆରି ୨୭ରେ ପଲକ୍କଇ ଜିଲ୍ଲାରେ ଶେଷ ହେବ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |