ପିକନିକ ଯିବାବେଳେ ବସକୁ ଧକ୍କା ଦେଲା ଟ୍ରକ, ୩ ମୃତ

ଦଶପଲ୍ଲା,୨୭ା୧: ପିକନିକ ଯିବାବେଳେ ବସକୁ ଧକ୍କା ଦେଲା ଟ୍ରକ | ନୟାଗଡ ଜିଲ୍ଲା ଦଶପଲ୍ଲା ଏନ୍ଏସି ଅନ୍ତର୍ଗତ ଵାରପୁରିକିଆ ଠାରେ ଥିବା ଏକ ଘରୋଇ ଶିକ୍ଷାନୁଷ୍ଠାନ “ଦେଵୀସ୍ ଟ୍ୟାଲେଣ୍ଟ ଟ୍ୟୁଟୋରିଆଲ” ନାମକ ଏକ ଅନୁଷ୍ଠାନ ତାର ଅନ୍ତେବାସୀମାନଙ୍କୁ ନେଇ ହରିଶଙ୍କର ଅଭିମୁଖେ ଯାଉଥିବା ଵେଳେ ସାମନା ପଟୁ ଆସୁଥିବା ଏକ ଚାଉଳ ବୋଝେଇ ଟ୍ରକ୍ ଧକ୍କାରେ ଘଟଣାସ୍ଥଳରେ ୨ଜଣ ଏଵଂ ପରେ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ହୋଇଯାଇଛି। ବିଳମ୍ବିତ ରାତ୍ରିରେ ଘଟିଥିବା ଏହି ଘଟଣା ଦଶପଲ୍ଲା ଅଞ୍ଚଳରେ ଏକ ଶୋକାକୁଳ ପରିବେଶ ସୃଷ୍ଟି କରିଛି। ମୃତକ ମାନେ ହେଲେ ଅମ୍ରିତା ସାହୁ, ଚିନ୍ମୟୀ ପ୍ରିୟଦର୍ଶିନୀ ଓ ଲୋପାମୁଦ୍ରା ପ୍ରଧାନ | ଘଟଣା ସଂପର୍କରେ ଖବର ପାଇ ବିଧାୟକ ରମେଶ ବେହେରା, ନୟାଗଡ଼ ଏସ୍ ପି ରାହୁଲ ଜୈନ୍, ଏସଡିପିଓ ସ୍ନେହାଶିଷ ସାହୁ, ଦଶପଲ୍ଲା ଆଇଆଇସି ମୁକେଶ ଵେହେରା, ନୂଆଗାଁ ଆଇଆଇସି ପ୍ରମୁଖ ଉପସ୍ଥିତ ରହି ଜିଲ୍ଲାପାଳଙ୍କ ଅନୁମୋଦନ କ୍ରମେ ଶବ ବ୍ୟବଚ୍ଛେଦ କରାଇ ପରିବାରକୁ ହସ୍ତାନ୍ତର କରି ଦେଇଛନ୍ତି। ପୁଲିସ ଉଭୟ ଗାଡିକୁ ଜବତ୍ କରି ତଦନ୍ତ ଜାରି ରଖିଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!