ଭୁବନେଶ୍ୱର,୨୭ା୧:୨୦୨୪ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କଲା ବିଜେପି।ବିଜେପି ଘୋଷଣା କଲା ନିର୍ବାଚନ ପ୍ରଭାରୀ। ବିଭିନ୍ନ ରାଜ୍ୟ ପାଇଁ ପ୍ରଭାରୀ ଘୋଷଣା। ୨୦୨୪ ଲୋକସଭା ନିର୍ବାଚନ ପାଇଁ ବିଜେପିର ପ୍ରଭାରୀ ଦାୟିତ୍ୱ ବଣ୍ଟନ। ଆଜି ବିଭିନ୍ନ ରାଜ୍ୟ ପାଇଁ ପ୍ରଭାରୀ ତାଲିକା ଘୋଷଣା କରିଛି ଦଳ। ବିଜୟ ସିଂହ ତୋମାରଙ୍କୁ ଓଡ଼ିଶା ପ୍ରଭାରୀ ଭାବେ ନିଯୁକ୍ତ କରାଯାଇ ଥିବାବେଳେ ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ମିଳିଛି ଉତ୍ତର ପ୍ରଦେଶ ଦାୟିତ୍ୱ।ସେହିପରି ଲତା ଉସେଣ୍ଡିଙ୍କୁ ଓଡ଼ିଶା ସହ ପ୍ରଭାରୀ ଦାୟିତ୍ୱ ମିଳିଛି। ୨୦୧୪ ନିର୍ବାଚନରେ ଉତ୍ତର ପ୍ରଦେଶ ପ୍ରଭାରୀ ଦାୟିତ୍ୱ ତୁଲାଇ ଥିଲେ ଅମିତ ଶାହ। ଏହାପରେ ୨୦୧୯ରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆଉ ଏବେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ଦେଶର ସର୍ବବୃହତ୍ତ ଜନସଂଖ୍ୟା ବିଶିଷ୍ଟ ରାଜ୍ୟ ଉତ୍ତର ପ୍ରଦେଶ ଦାୟିତ୍ୱ ମିଳିଛି। ସେହିପରି, କେରଳ ପ୍ରଭାରୀ ଭାବେ ପ୍ରକାଶ ଜାଭେଦକରଙ୍କୁ ନିଯୁକ୍ତ କରାଯାଇ ଥିବାବେଳେ ପଞ୍ଜାବରେ ବିଜୟ ରୂପାଣୀ ଓ ନରିନ୍ଦର ସିଂହଙ୍କୁ ପ୍ରଭାରୀ ଦାୟିତ୍ୱ ମିଳିଛି। ତାମିଲନାଡୁର ଅରବିନ୍ଦ ମେନନ ଓ ସୁଧାକର ରେଡ୍ଡୀ, ପଶ୍ଚିମବଙ୍ଗର ମଙ୍ଗଲ ପାଣ୍ଡେ, ଅମିତ ମାଲବ୍ୟ ଏବଂ ଆଶା ଲକଡ଼ାଙ୍କୁ ପ୍ରଭାରୀ କରାଯାଇଛି।ସେହିପରି ଅରୁଣାଚଳ ପ୍ରଦେଶ ଶ୍ରୀ ଅଶୋକ ସିଂହଲ, ବିହାର ଶ୍ରୀ ବିନୋଦ ତାୱଡେ ଓ ଶ୍ରୀ ଦୀପକ ପ୍ରକାଶଙ୍କୁ ଦାୟିତ୍ୱ ମିଳିଛି । ଚଣ୍ଡିଗଡ଼ରେ ଶ୍ରୀ ବିଜୟଭାଇ ରୂପାଣୀ । ଡାମନଡିଉ ପାଇଁ ଶ୍ରୀ ପୁରନେଶ ମୋଦି ଏବଂ ଦୁଷ୍ମନ୍ତ ପଟେଲଙ୍କୁ ଦାୟିତ୍ୱ ଦେଇଛି ଦଳ ।ଗୋଆ ପାଇଁ ଶ୍ରୀ ଆଶିଷ ସୁଦ, ହରିୟାଣା ପାଇଁ ଶ୍ରୀ ବିପ୍ଳବ କୁମାର ଦେ ଓ ଶ୍ରୀ ସୁରେନ୍ଦ୍ର ନାଗର, ହିମାଚଳ ପ୍ରଦେଶ ଶ୍ରୀ ଶ୍ରୀକାନ୍ତ ଶର୍ମା ଓ ସଞ୍ଜୟ ଟଣ୍ଡନ୍ଙ୍କୁ ଦାୟିତ୍ୱ ଦିଆଯାଇଛି । ଜମ୍ମୁକାଶ୍ମୀର ପାଇଁ ଶ୍ରୀ ତରୁଣ ଚୁଘ୍ ଓ ଶ୍ରୀ ଆଶିଷ ସୁଦଙ୍କୁ ଦାୟିତ୍ୱ ମିଳିଛି ।ଝଡ଼ଖଣ୍ଡ ପାଇଁ ଲକ୍ଷ୍ମୀକାନ୍ତ ବାଜପେୟୀ, କର୍ଣ୍ଣାଟକ ଡା. ରାଧାମୋହନ ଦାସ ଅଗ୍ରୱାଲ ଓ ସୁଧାକର ରେଡ୍ଡିଙ୍କ ଉପରେ ଦଳ ଦାୟିତ୍ୱ ଦେଇଛି । କେରଳ ପ୍ରକାଶ ଜାଭେଡକର, ଲଦାଖ ତରୁଣ ଚୁଘ୍, ଲାକ୍ଷାଦ୍ୱିପ ପାଇଁ ଅରବିନ୍ଦ ମେନନ୍, ମଧ୍ୟପ୍ରଦେଶ ପାଇଁ ଡା. ମହେନ୍ଦ୍ର ସିଂ ଓ ଶ୍ରୀ ସତୀଶ ଉପାଧ୍ୟାୟଙ୍କୁ ଦାୟିତ୍ୱ ମିଳିଛି । ପୁଡ଼ୁଚେରୀ ନିର୍ମଳ କୁମାର ସୁରାଣା, ପଞ୍ଜାବ ବିଜୟଭାଇ ରୂପାଣୀ ଓ ନରିନ୍ଦର ସିଂଙ୍କୁ ଦାୟିତ୍ୱ ଦେଇଛି ଦଳ । ସେହିପରି ସିକିମ୍ ପାଇଁ ଡା. ଦିଲ୍ଲୀପ ଜୟସ୍ୱାଲ ଓ ତାମିଲ ନାଡ଼ୁପାଇଁ ଅରବିନ୍ଦ ମେନନ୍ ଓ ସୁଧାକର ରେଡ୍ଡିଙ୍କୁ ଦାୟିତ୍ୱ ଦିଆଯାଇଛି ।ଉତ୍ତରାଖଣ୍ଡ ପାଇଁ ବିଜେପି ଦୁଷ୍ମନ୍ତ କୁମାର ଗୌତମ ଓ ପଶ୍ଚିମବଙ୍ଗ ପାଇଁ ମଙ୍ଗଲ ପାଣ୍ଡେ, ଅମିତ ମାଲବିୟ ଓ ସୁଶ୍ରୀ ଆଶା ଲକଡାଙ୍କୁ ଇଲେକ୍ସନ ଇନଚାର୍ଜ ଦାୟିତ୍ୱ ଦେଇଛି ଭାରତୀୟ ଜନତା ପାର୍ଟି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |