୨୨ ଭାରତୀୟ ଥିବା ସମୁଦ୍ରରେ ବ୍ରିଟିଶ ତୈଳ ଟ୍ୟାଙ୍କରକୁ ମିଶାଇଲ ମାଡ଼

ନୂଆଦିଲ୍ଲୀ,୨୭।୧: ୨୨ ଜଣ ଭାରତୀୟ ଥିବା ବ୍ରିଟିଶ ତୈଳ ଟ୍ୟାଙ୍କର ମାର୍ଲିନ ଲୁଆଣ୍ଡା ଉପରେ କ୍ଷେପଣାସ୍ତ୍ର ମାଡ଼ ହୋଇଛି। ଜାନୁଆରି ୨୬ ମଧ୍ୟ ରାତ୍ରରେ ହୁତିମାନଙ୍କ ଦ୍ୱାରା ଏହି ପଣ୍ୟବାହୀ ଜାହଜକୁ ଟାର୍ଗେଟ କରାଯାଇଥିଲା। ଏହି ଜାହାଜରେ ୨୨ ଜଣ ଭାରତୀୟ ଅଛନ୍ତି। ଭାରତୀୟ ନୌସେନା ନିଆଁ ଲିଭାଇବା କାର୍ଯ୍ୟରେ ସହଯୋଗ କରୁଛି।ଗତକାଲି ଗଫ୍ ଅଫ୍ ଆଡେନରେ ବ୍ରିଟିଶ ଅଏଲ୍ ଟ୍ୟାଙ୍କର ମାର୍ଲିନ ଲୌଣ୍ଡା ଉପରକୁ ମିସାଇଲ ମାଡ କରାଯାଇଥିଲା। ୟେମନର ଇରାନ ସମର୍ଥିତ ହାଉତିମାନେ ଏହି ମିଶାଇଲ ମାଡ଼ କରିଛନ୍ତି। ଫଳରେ ଟ୍ୟାଙ୍କରରେ ନିଆଁ ଲାଗିଯାଇଛି। ଏଥିରେ ୨୨ ଜଣ ଭାରତୀୟ ଥିବା ଖବର ପାଇ ନୌସେନା କର୍ମଚାରୀ ସେଠାରେ ପହଞ୍ଚିଛନ୍ତି। କିନ୍ତୁ ବର୍ତ୍ତମାନ ସୁଦ୍ଧା ଉଦ୍ଧାର କାର୍ଯ୍ୟ ସଫଳ ହୋଇନାହିଁ।   ନୌସେନା କହିଛି ଯେ ଜାନୁଆରି ୨୬ ତାରିଖ ରାତିରେ ଏହି ତୈଳ ବୋଝେଇ ଜାହାଜରୁ ଏକ ଜରୁରୀକାଳୀନ ବାର୍ତ୍ତା ପାଇବା ପରେ ଏହାର ଗାଇଡେଡ୍‌ ମିସାଇଲ୍‌ ଡିଷ୍ଟ୍ରୋୟର ଆଇଏନ୍‌ଏସ୍‌ ବିଶାଖାପାଟଣାକୁ ଏଡେନ୍‌ ଉପସାଗରରେ ମୁତୟନ କରାଯାଇଛି।ନୌସେନା ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ବିପର୍ଯ୍ୟସ୍ତ ପଣ୍ୟବାହୀ ଜାହାଜରେ ନିଆଁ ଲିଭାଇବା କାର୍ଯ୍ୟକୁ ଏନବିସିଡି ଟିମ୍‌ ସହ ଅଗ୍ନିଶମ ଉପକରଣ ସହିତ ପଠାଯାଉଛି, ଯାହାକୁ ଆଇଏନଏସ ବିଶାଖାପାଟଣା ଦ୍ୱାରା ଏମଭିରେ ଥିବା କର୍ମଚାରୀମାନଙ୍କୁ ସାହାଯ୍ୟ କରିବା ପାଇଁ ନିୟୋଜିତ କରାଯାଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!