ଥିରୁଭାନନ୍ତପୁରମ୍,୨୭।୧: କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାନ୍ଙ୍କୁ ମିଳିଛି ଜେଡ୍ ପ୍ଲସ୍ ସୁରକ୍ଷା। କୋଲାମ ଜିଲାରେ ଏସ୍ଏଫ୍ଆଇ(ଷ୍ଟୁଡେଣ୍ଟ ଫେଡେରେଶନ ଅଫ୍ ଇଣ୍ଡିଆ)ର କଳାପତାକା ପ୍ରଦର୍ଶନକୁ ନେଇ ସେ ରାଗିଯାଇ ରାସ୍ତା ମଝିରେ ବସିଥିଲେ। ଏପରିକି ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କୁ କଟାକ୍ଷ କରିବାକୁ ପଛାଇ ନ ଥିଲେ। ଏହି ଉତ୍ତେଜନାମୂଳକ ପରିସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ତାଙ୍କ ରାଜଭବନ ବାହାରେ ସୁରକ୍ଷାକୁ ବଢ଼ାଇ ଦିଆଯାଇଛି।କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାନଙ୍କୁ ଦିଆଗଲା Z+ ସୁରକ୍ଷା। ଷ୍ଟୁଡେଣ୍ଟ ଫେଡେରେସନ୍ ଅଫ୍ ଇଣ୍ଡିଆ (SFI) ସହ ବିବାଦ ପରେ ରାଜ୍ୟପାଳଙ୍କୁ ସୁରକ୍ଷା ଯୋଗାଇ ଦିଆଯାଇଛି। ଆଜି ଗୃହମନ୍ତ୍ରଣାଳୟ ରାଜ୍ୟପାଳଙ୍କୁ Z+ ସୁରକ୍ଷା ଦେଇଛି। କିଛିଦିନ ତଳେ ଶାସକ ସିପିଆଇ(ଏମ୍)ର ଯୁବ ଛାତ୍ର ଦଳ ଷ୍ଟୁଡେଣ୍ଟସ୍ ଫେଡେରେସନ୍ ଅଫ୍ ଇଣ୍ଡିଆ (SFI) ସହ ରାଜ୍ୟପାଳଙ୍କର ପ୍ରବଳ ଯୁକ୍ତିତର୍କ ହୋଇଥିଲା। ରାଜ୍ୟପାଳ ଏକ କାର୍ଯ୍ୟରେ ଯିବା ସମୟରେ ଛାତ୍ର ନେତା ତାଙ୍କୁ କଳା ପତାକା ପ୍ରଦର୍ଶନ କରିବା ସହ ତାଙ୍କ ଗାଡିକୁ ଅଟକାଇ ରାସ୍ତାରୋକ କରିଥିଲେ। ଏଥିରେ ରାଜ୍ୟପାଳ ଆରିଫ ରାଗିଯାଇ ଗାଡିରୁ ଓହ୍ଲାଇ ସେମାନଙ୍କ ସହ ମୁହାଁମୁହିଁ ହୋଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଅଞ୍ଚଳରୁ ବିକ୍ଷୋଭକାରୀଙ୍କୁ ହଟାଇଥିଲା। କିନ୍ତୁ ରାଜ୍ୟପାଳ ଖାନ ଏକ ଦୋକାନରୁ ଚେୟାର ଆଣି ସେହିଠାରେ ହିଁ ବସି ରହିଥିଲେ। ପୁଲିସ ସୁରକ୍ଷା ଯୋଗାଇ ଦେବାରେ ବିଫଳ ହେଉଛି ବୋଲି ରାଜ୍ୟପାଳ ଅଭିଯୋଗ କରିଥିଲେ। ଆନ୍ଦୋଳନକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆନଯିବା ପର୍ଯ୍ୟନ୍ତ ସେ ସେଠାରୁ ହଟିବେ ନାହିଁ ବୋଲି କହିଥିଲେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |