ନୋଟ ଅଦଳବଦଳ ଡିଲ୍ ବେଳେ ପୋଲିସର ଚଢ଼ାଉ

ଭୁବନେଶ୍ୱର,୨୮।୧:ନୋଟ ଅଦଳବଦଳ ଡିଲ୍ ବେଳେ ପୋଲିସର ଚଢ଼ାଉ । ଘଟଣାରେ ୨ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରାଯାଇଛି। ୩୦ ଲକ୍ଷ ଟଙ୍କାର ୨ ହଜାର ଟଙ୍କିଆ ନୋଟ ଅଦଳବଦଳ ପାଇଁ ଚାଲିଥିଲା ଡିଲ୍ ।ପାରଳାଖେମୁଣ୍ଡିର କେରାଣ୍ଡି ଗାଁ ନିକଟରେ ୨ ଗ୍ୟାଙ୍ଗ ମଧ୍ୟରେ ଚାଲିଥିଲା ନୋଟ ଅଦଳବଦଳ ନେଇ ଡିଲ୍ ଚାଲିଥିଲା ତେବେ ଏହାର ଖବର ପାଇ ଯୋଜନାବଦ୍ଧ ଭାବେ ପୋଲିସ ଅଚାନକ ଚଢ଼ାଉ କରିଥିଲା। ଏହି ଘଟଣାରେ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ପୋଲିସ ସକ୍ଷମ ହୋଇଛି । ଗିରଫ ହୋଇଥିବା ମଧ୍ୟରେ ଜଣେ କନେଷ୍ଟବଲ ଓ ଅନ୍ୟ ଜଣେ ଆନ୍ଧ୍ରର ମିଡିଲ ମ୍ୟାନ ବୋଲି ଜଣାପଡିଛି। ତେବେ ଗିରଫ କନେଷ୍ଟବଲ ରିଜର୍ଭ ବାଟାଲିୟନର ହୋଇଥିବା ସୂଚନା ମିଳିଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!