ମୁମ୍ବାଇ, ୨୯।୧: ସର୍ବାଧିକ ଭୋଟ ପାଇ ବିଗ୍ ବସ୍-୧୭ ସିଜିନର ବିଜୟ ମୁକଟ ପିନ୍ଧିଛନ୍ତି ମୁନାୱର ଫାରୁକୀ । ମୁନାୱାରଙ୍କୁ ଶୋର ହୋଷ୍ଟ ସଲମାନ ଖାନ୍ ବିଜେତା ଭାବେ ଘୋଷଣା କରିବା ପରେ ପ୍ରଶଂସକ ମାନେ ବେଶ ଖୁସି ହୋଇଛନ୍ତି । ରିଆଲିଟି ଶୋ’ ବିଗ୍ ବସ୍ -୧୭ର ଗ୍ରାଣ୍ଡ ଫାଇନାଲ ରବିବାର ରାତିରେ ଶେଷ ହୋଇଛି। ପ୍ରତିଦ୍ୱନ୍ଦ୍ୱୀ ତଥା ରନର୍ସ ଅପ୍ ଅଭିଷେକ କୁମାରଙ୍କୁ ପଛରେ ପକାଇ ମୁନାୱର ଫାରୁକି ବିଗ୍ ବସ୍-୧୭ ବିଜେତା ହୋଇଛନ୍ତି। ୩୨ ବର୍ଷୀୟ ମୁନାୱରଙ୍କୁ ଟ୍ରଫି ସହ ନଗଦ ୫୦ ଲକ୍ଷ ଟଙ୍କା ଓ ଏକ ହ୍ୟୁଣ୍ଡାଇ କ୍ରେଟା କାର୍ ମିଳିଛି। ଶୋ’ର ହୋଷ୍ଟ ତଥା ସୁପରଷ୍ଟାର ସଲମାନ ଖାନ୍ ଷ୍ଟାଣ୍ଡଅପ୍ କମେଡିଆନ୍ ମୁନାୱର ଫାରୁକିଙ୍କୁ ବିଜୟୀ ଘୋଷଣା କରିଥିଲେ।ବିବାଦୀୟ ରିଅଲିଟି ଶୋ’ ବିଗ୍ ବସ୍-୧୭ର ବିଜେତା ନାଁ ଜାଣିବାକୁ ସମସ୍ତେ ବ୍ୟଗ୍ର ଥିଲେ । ଶେଷ ମୁହୂର୍ତ୍ତରେ ଅଙ୍କିତା ଲୋଖାଣ୍ଡେ, ମନ୍ନାରା ଚୋପ୍ରା ଓ ଅରୁଣ ମଶେଟ୍ଟି ଓ ମୁନାୱର ଫାରୁକିଙ୍କ ମଧ୍ୟରେ କଡ଼ା ଟକ୍କର ହୋଇଥିଲା। ମାତ୍ର ଶେଷରେ ଶୋ’ର ହୋଷ୍ଟ ତଥା ସୁପରଷ୍ଟାର ସଲମାନ ଖାନ୍ ଷ୍ଟାଣ୍ଡଅପ୍ କମେଡିଆନ୍ ମୁନାୱରଙ୍କୁ ବିଜୟୀ ଘୋଷଣା କରିଥିଲେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |