ନୂଆଦିଲ୍ଲୀ, ୨୯ା୧: ଗତ ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀର କର୍ତ୍ତବ୍ୟପଥରେ ଗଡିଥିବା ଓଡ଼ିଶାର ପ୍ରଜ୍ଞାପନ ମେଢ଼(ଟାବ୍ଲୋ) ପ୍ରଥମ ସ୍ଥାନ ହାସଲ କରିଛି। ଗଣତନ୍ତ୍ର ଦିବସ ଅବସରରେ ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ ଗଡ଼ିଥିଲା ବିଭିନ୍ନ ରାଜ୍ୟର ପ୍ରଜ୍ଞାପନ ମେଢ। ସେଥି ମଧ୍ୟରୁ ଓଡ଼ିଶାର ପ୍ରଜ୍ଞାପନ ମେଢ ବାରି ହୋଇପଡ଼ିଥିଲା। ଓଡ଼ିଶାର କଳା, ସଂସ୍କୃତି, ନାରୀ ସଶକ୍ତିକରଣକୁ ସେଥିରେ ସ୍ଥାନୀତ କରାଯାଇଥିଲା। ଓଡ଼ିଶାର ପ୍ରଜ୍ଞାପନ ମେଢ ଯେତେବେଳେ କର୍ତ୍ତବ୍ୟ ପଥରେ ଗଡ଼ିବା ଆରମ୍ଭ କରିଥିଲା, ସେତେବେଳେ କରତାଳିରେ ପ୍ରକମ୍ପିତ ହୋଇଥିଲା ଗଗନ ଓ ପବନ। ଅତିଥିମାନେ କରତାଳି ଦେଇ ସ୍ୱାଗତ କରିଥିଲେ।ରାଜ୍ୟ ସରକାର ବିକଶିତ ଭାରତ ଉପରେ ପ୍ରଜ୍ଞାପନ ମେଢ ପ୍ରସ୍ତୁତ କରିଥିଲେ। ରଘୁରାଜପୁର ଗ୍ରାମରେ ମହିଳାମାନେ କିପରି ବିଭିନ୍ନ ପ୍ରକାର ଅଦରକାରୀ ଜିନିଷରୁ ପଟ୍ଟଚିତ୍ର ପ୍ରଦର୍ଶନ କରିବା ଚିତ୍ର, ଏହାସହ ସେଥିରେ ସମ୍ବଲପୁରୀ ସଙ୍ଗୀତ ରଖାଯାଇଥିଲା। ଏହାକୁ ବିକଶିତ ଭାରତରେ ମହିଳା ସଶକ୍ତୀକରଣ ପ୍ରଜ୍ଞାପନ ମେଢ ବୋଲି କୁହାଯାଇଛି।ଗଣତନ୍ତ୍ର ଦିବସ ପରେଡରେ ବାଜି ମାରିଛି ଓଡ଼ିଶା ପ୍ରଜ୍ଞାପନ ମେଢ । ଦିଲ୍ଲୀର ଗଣତନ୍ତ୍ର ଦିବସ ସମାରୋହରେ ଓଡ଼ିଶା ପ୍ରଜ୍ଞାପନ ମେଢ ସାମିଲ ହୋଇ ରାଜ୍ୟର ପରମ୍ପରା ଓ ସଂସ୍କୃତିକୁ ଦର୍ଶାଇଥିଲା । ଓଡ଼ିଶାର ପଟ୍ଟଚିତ୍ର, ହସ୍ତଶିଳ୍ପ ଏବଂ କୁଟୀର ଶିଳ୍ପକୁ ଏହି ପ୍ରଜ୍ଞାପନ ମେଢରେ ଦର୍ଶାଯାଇଥିଲା । ତେବେ ଓଡ଼ିଶାର ଏହି ପରମ୍ପରା ଏବଂ ସଂସ୍କୃତି ପରେଡରେ ସାମିଲ ହୋଇଥିବା ଅନ୍ୟ ରାଜ୍ୟମାନଙ୍କୁ ପଛରେ ପକାଇଛି । ତେଣୁ ବିଚାରକ ମଣ୍ଡଳୀ ଦ୍ୱାରା ଦିଲ୍ଲୀର ଗଣତନ୍ତ୍ର ଦିବସ ପରେଡରେ ଓଡ଼ିଶା ପ୍ରଜ୍ଞାପନ ମେଢ ପ୍ରଥମ ସ୍ଥାନ ହାସଲ କରିଛି । ରାଜ୍ୟ ସୂଚନା ଏବଂ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି ।ଗତ ସାଧାରଣତନ୍ତ୍ର ଦିବସ ଅବସରରେ ଦିଲ୍ଲୀ କର୍ତ୍ତବ୍ୟପଥରେ ଗଡ଼ିଥିଲା ଓଡ଼ିଶା ପ୍ରଜ୍ଞାପନ ମେଢ । ଏଥିରେ ଓଡ଼ିଶାର ଲୋକନୃତ୍ୟ, ହସ୍ତଶିଳ୍ପ, କୁଟୀର ଶିଳ୍ପ ସହିତ ବିଭିନ୍ନ କଳା କାରିଗରୀ ଦେଖିବାକୁ ମିଳିଥିଲା । ତେବେ ଗଣତନ୍ତ୍ର ଦିବସ ପରେଡର ବିଚାରକ ମଣ୍ଡଳୀଙ୍କୁ ଓଡ଼ିଶାର ଏହି ପ୍ରଜ୍ଞାପନ ମେଢକୁ ଶ୍ରେଷ୍ଠ ଭାବରେ ବିବେଚିତ କରାଯାଇଛି । ପ୍ରଜ୍ଞାପନ ମେଢରେ ରଘୁରାଜପୁରର ପଟ୍ଟଚିତ୍ର ସାମିଲ କରାଯାଇଥିଲା । ଏହାସହିତ ପରେଡରେ ରାଜ୍ୟରେ ମହିଳା ସଶକ୍ତିକରଣର ବାର୍ତ୍ତ ଦେଇଥିଲା ଓଡ଼ିଶାର ପ୍ରଜ୍ଞାପନ ମେଢ । ୩ ବର୍ଷ ଏହି ସୁଯୋଗରୁ ବଞ୍ଚିତ ହୋଇଥିବା ବେଳେ ଏଥର ଓଡ଼ିଶାକୁ ପରେଡରେ ସାମିଲ ହେବାକୁ ସୁଯୋଗ ମିଳିଥିଲା । ଯେଉଁଥିରେ ସମସ୍ତ ପ୍ରଜ୍ଞାପନ ମେଢକୁ ପଛରେ ପକାଇ ବାଜି ମାରିଛି ଓଡ଼ିଶା ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |