ଶିକ୍ଷକମାନେ ନିୟମିତ ଆସୁନଥିବା ଯୋଗୁଁ ସରକାରୀ ଉନ୍ନିତ ପ୍ରାଥମିକ ବିଦ୍ୟାଳୟ ରେ ତାଲା ପକାଇଲେ ଚିକିଲି ଗ୍ରାମବାସୀ

 

 

ନବରଙ୍ଗପୁର( ମିହିର ଶଙ୍କର ପାତ୍ର), ,୨୯।୧:-ଚିକିଲି ସରକାରୀ ଉନ୍ନିତ ପ୍ରାଥମିକ ବିଦ୍ୟାଳୟ ରେ ନିୟମିତ ଶିକ୍ଷକ ଆସୁ ନାହାନ୍ତି ଏବଂ ପାଠପଢ଼ା ରେ ଅନିୟମିତତା ର ଅଭିଯୋଗ କରିଛନ୍ତି ଚିକିଲି ଗ୍ରାମବାସୀ। ବାରମ୍ବାର ଅଭିଯୋଗ କରି ବିଫଳ ହେବା ପରେ ଆଜି ବିଦ୍ୟାଳୟ ରେ ତାଲା ପକାଇ ଦେଇଛନ୍ତି। ସେମାନେ ଅଭିଯୋଗ କରୁଛନ୍ତି ଯେ ଶିକ୍ଷା ବିଭାଗ ଅଭିଯୋଗ ଗୁଡ଼ିକ କୁ ଭ୍ରୁକ୍ଷେପ କରୁ ନାହାନ୍ତି। ମଧ୍ୟାହ୍ନ ଭୋଜନରେ ମଧ୍ୟ ଅନିୟମିତତା ପରିଲକ୍ଷିତ ହେବା ଅଭିଯୋଗ ହୋଇଛି। ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟ ବାହାରେ ମିଳୁଥିବା ଖାଦ୍ୟ କିଣି ଆଣିବାକୁ ପଠାଉଥିବା ଅଭିଯୋଗ ହେଉଛି। ଅର୍ଥ ଆଦାୟ ର ମଧ୍ୟ ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ।ଶିକ୍ଷକ ଶିକ୍ଷୟିତ୍ରୀ ମାନେ ୪ଟା ପୂର୍ବରୁ ବିଦ୍ୟାଳୟ ତ୍ୟାଗ କରୁଛନ୍ତି। ନିୟମିତ ଆସୁନଥିବା ଶିକ୍ଷକ ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଭଲ ଲଭ ଶିକ୍ଷକ ମାନଙ୍କୁ ନିଯୁକ୍ତି ଦେବା ପାଇଁ ଦାବି ହେଉଛି। ବର୍ତ୍ତମାନ ର ଶିକ୍ଷକ ମାନଙ୍କୁ ବଦଳି କରି ଅନ୍ୟ ଭଲ ପାଠ ପଢ଼ାଉଥିବା ଶିକ୍ଷକ ମାନଙ୍କୁ ବିଦ୍ୟାଳୟ ରେ ନିଯୁକ୍ତି ନ ଦେଲେ ଆନ୍ଦୋଳନ କୁ ତିବ୍ର କରାଯିବ ବୋଲି ଗ୍ରାମବାସୀ ନିଜ ନିଜ ପ୍ରତିକ୍ରିୟା ରଖିଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!