ଭୁବନେଶ୍ବର ,୨୯ା୧: ଓଡ଼ିଶାରେ ପହଞ୍ଚିଛନ୍ତି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ । ସୋମବାର ଅପରାହ୍ନରେ ଭୁବନେଶ୍ୱରରେ ବିମାନ ବନ୍ଦରରେ ପହଞ୍ଚିବା ପରେ ଉପସ୍ଥିତ ଥିବା ଦଳୀୟ ନେତା ଓ କର୍ମୀ ତାଙ୍କୁ ସ୍ୱାଗତ ଜଣାଇଥିଲେ । ଏହାପରେ ଖଡ଼ଗେ ସିଧାସଳଖ ଲୋୟର ପିଏମଜିରେ ଆୟୋଜିତ ହୋଇଥିବା ଦଳୀୟ କାର୍ଯ୍ୟକ୍ରମ ଓଡ଼ିଶା ବଞ୍ଚାଅ ସମାବେଶରେ ଯୋଗ ଦେଇଛନ୍ତି ।ସେ ତାଙ୍କ ଅଭିଭାଷଣରେ ବିଜେଡି ଓ ବିଜେପି ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କରିଥିଲେ। ତା’ ସହିତ ନାଁ ନନେଇ ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଓ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ସମାଲୋ କରିଥିଲେ। ସେଠାରେ ବରିଷ୍ଠ ନେତାଙ୍କ ଠାରୁ ଆରମ୍ଭ କରି ପଂଚାୟତ, ବୁଥ୍, ବ୍ଲକ ସ୍ତରର କର୍ମୀଙ୍କୁ ଉଦବୋଧନ ଦେଉଛନ୍ତି ଖଡଗେ । ଓଡ଼ିଶାକୁ ବିଜେପି ଓ ବିଜେଡି କବଳରୁ ବଞ୍ଚାଇବା ସ୍ଲୋଗାନ ଦେଇ ଏହି ବିଶାଳ ସମାବେଶ କରୁଛି କଂଗ୍ରେସ ।ଆଜି ଓଡିଶା ବଞ୍ଚାଅ ସମାବେଶରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ଏଭଳି କହିଛନ୍ତି ଖଡ଼ଗେ | ସେ କହିଛନ୍ତି ମୋଦୀ ସବୁବେଳେ କହୁଛନ୍ତି ୭୦ ବର୍ଷରେ କଣ କରିଛି କଂଗ୍ରେସ । ଯଦି ୭୦ ବର୍ଷରେ କଂଗ୍ରେସ କିଛି କରିନଥାନ୍ତା ତେବେ ମୋଦୀ ମୁଖ୍ୟମନ୍ତ୍ରୀ ମଧ୍ୟ ହୋଇପାରିନଥାନ୍ତେ । ଓଡ଼ିଶାରେ କଂଗ୍ରେସର ବହୁତ ବଡ଼ ଅଧିବେଶନ ହୋଇଥିଲା । କଂଗ୍ରେସ ପାଇଁ ଓଡ଼ିଶା ସର୍ବଦା ମହତ୍ୱପୂର୍ଣ୍ଣ ସ୍ଥାନ ନେଇଛି । ବିଜୁ ପଟ୍ଟନାୟକଙ୍କ ସହ ନେହରୁଙ୍କ ଘନିଷ୍ଠ ସଂପର୍କ ଥିଲା । କିନ୍ତୁ ଏବେର ପଟ୍ଟନାୟକଙ୍କର ବିଜେପି ସହ ନିଘନ ସଂପର୍କ ରହିଛି । ସେ ପଟ୍ଟନାୟକ ଓ ଏ ପଟ୍ଟନାୟକଙ୍କ ମଧ୍ୟରେ ବହୁତ ବଡ଼ ତଫାତ ରହିଛି ।‘ବିଜେପି-ବିଜେଡିର ଭିତିରି ସମ୍ପର୍କ ଯୋଗୁଁ କଂଗ୍ରେସ ସେମାନଙ୍କର ବାହାଘର କରିଛି । ଉଭୟଙ୍କ ମଧ୍ୟରେ ଲଭ୍ ମ୍ୟାରେଜ୍ ହୋଇଯାଇଛି । କେବେ ଡବଲ ଇଂଜିନ କାମ ନକଲେ ପ୍ରଥମ ଇଂଜିନ୍ ଅଚଳ ହୁଏ’ ।ଅନ୍ୟପଟେ ଓଡ଼ିଶାରେ ଯାହା ବି ହୋଇଛି ସବୁ କଂଗ୍ରେସ ବେଳରେ ହୋଇଛି । ଓଡ଼ିଶା ପାଇଁ ଏବେକାର ସରକାର କିଛି ବି କରି ନାହାନ୍ତି । ପାରାଦୀପ ବନ୍ଦରଠାରୁ ଆରମ୍ଭ କରି ରାଉରକେଲା ଷ୍ଟିଲ ପ୍ଲାଣ୍ଟ ପର୍ଯ୍ୟନ୍ତ ସବୁ କିଛି କଂଗ୍ରେସ କରିଛି । ପଟ୍ଟନାୟକ ଓ ମୋଦି ଓଡ଼ିଶାକୁ କଣ ଦେଇଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଖଡ୍ଗେ । ମୋଦି ଲୋକତନ୍ତ୍ର, ସମ୍ବିଧାନକୁ ବରବାଦ କରୁଛନ୍ତି । ଧନୀ ଲୋକ ବିଜେପି ଆଉ ପଟ୍ଟନାୟକ ସହ ଅଛନ୍ତି । ଗରିବଙ୍କ ସହ ସବୁବେଳେ କଂଗ୍ରେସ ଛିଡ଼ା ହୋଇଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |