୩ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଶିକ୍ଷକ ଓ ଶିକ୍ଷୟିତ୍ରୀ

ଭୁବନେଶ୍ବର,୨୯।୧:୩ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି  ଶିକ୍ଷକ ଓ ଶିକ୍ଷୟିତ୍ରୀ । କଳାପଟି ବାନ୍ଧି  ପ୍ରତିବାଦ କରିଛନ୍ତି। ୨୦୨୨ ମସିହାରେ ବହୁ ସଂଖ୍ୟାରେ ପ୍ରାଥମିକ ଶିକ୍ଷକ ବିଧାନସଭା ସମ୍ମୁଖରେ ଆନ୍ଦୋଳନ କଲେ । ମୁଖ୍ୟ ଶାସନ ସଚିବ ଦାବି ପୂରଣ ନେଇ ଲିଖିତ ପ୍ରତିଶ୍ରୁତି ବି ଦେଇଥିଲେ । କିନ୍ତୁ ଆଜି ଯାଏ ଦାବି ପୂରଣ ହେଲାନାହିଁ । ସବୁ ବିଭାଗରୁ ଠିକା ନିଯୁକ୍ତ ଉଠିଥିଲା ବେଳେ ପ୍ରାଥମିକ ଶିକ୍ଷାରୁ ଠିକା ନିଯୁକ୍ତି ଉଠିଲା ନାହିଁ ।  କିମ୍ବା ୨୦୧୮ ମସିହାରୁ ୨୦୨୩ ମଧ୍ୟରେ ନିଯୁକ୍ତି ହୋଇଥିବା କନିଷ୍ଠ ଶିକ୍ଷକମାନଙ୍କୁ ନିୟମିତ କରାଗଲା ନାହିଁ । ଯାହାର ପ୍ରତିବାଦ କରିଛି ପ୍ରାଥମିକ ଶିକ୍ଷକ ସଂଘ । ସବୁ ରାଜ୍ୟର ପ୍ରାଥମିକ ଶିକ୍ଷକମାନଙ୍କୁ କେନ୍ଦ୍ରୀୟ ହାରରେ ଦରମା ଦିଆ ଯାଉଥିବା ବେଳେ ଓଡ଼ିଶାର ପ୍ରାଥମିକ ଶିକ୍ଷକମାନଙ୍କ କ୍ଷେତ୍ରରେ ତାହା ଲାଗୁ ହେଉନାହିଁ । ଉଚ୍ଚ ନ୍ୟାୟାଳୟ ସମାନ କାମକୁ ସମାନ ଦରମା ଦେବାକୁ ନିର୍ଦ୍ଦେଶ ଦେଇଥିଲେ ବି ସରକାର ଏହାକୁ କାର୍ଯ୍ୟକାରୀ କରୁ ନଥିବା ଅଭିଯୋଗ କରିଛି ପ୍ରାଥମିକ ଶିକ୍ଷକ ସଂଘ ।କେନ୍ଦ୍ରୀୟ ହାରରେ ଦରମା ଦେବା, ନୂତନ ପେନସନକୁ ଉଚ୍ଛେଦ କରି ପୁରୁଣା ପେନସନ ପୁନଃ ପ୍ରଚଳନ କରିବା, ୨୦୧୯ ପୂର୍ବରୁ ଓଟିଇଟି ପାସ୍ କରିଥିବା ଇନକ୍ରିମେଣ୍ଟପ୍ରାପ୍ତ ଏକ୍ସ-କ୍ୟାଡର ଶିକ୍ଷକମାନଙ୍କୁ କ୍ୟାଡରଭୁକ୍ତ କରିବା ପାଇଁ ଦାବି ହୋଇଛି । ସରକାର ଦାବିଗୁଡ଼ିକ ତୁରନ୍ତ ପୂରଣ ନ କଲେ ବାଧ୍ୟ ହୋଇ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ଚେତାବନୀ ଦିଆଯାଇଛି |

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!