ଭୁବନେଶ୍ୱର,୩୦।୧: ରାଜ୍ୟରେ ଆଜି ୧୨ ଘଣ୍ଟା ପାଇଁ ନବରଙ୍ଗପୁର ଜିଲ୍ଲା ବନ୍ଦ ରହିବ । ନବରଙ୍ଗପୁର – ଜୟପୁର ରେଳପ୍ରକଳ୍ପ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଜମି ଅଧିଗ୍ରହଣରେ ଅହେତୁକ ବିଳମ୍ବ ପ୍ରତିବାଦରେ ଆଜି ନବରଙ୍ଗପୁର ଜିଲ୍ଲା ବନ୍ଦ ଡାକରା ଦେଇଛି ବିଜେପି ଯୁବ ମୋର୍ଚ୍ଚା। ୬ ଦଫା ଦାବି ନେଇ ଏହି ବନ୍ଦ ପାଳନ କରୁଛି ଜିଲ୍ଲା ବିଜେପି ଯୁବମୋର୍ଚ୍ଚା । ସକାଳ ୬ଟାରୁ ୧୨ ଘଣ୍ଟା ପର୍ଯ୍ୟନ୍ତ ଅର୍ଥାତ୍ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସମଗ୍ର ଜିଲ୍ଲା ବନ୍ଦ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଜିଲ୍ଲାର ସ୍ଥାନେ ସ୍ଥାନେ ରାସ୍ତା ଅବରୋଧ ହୋଇଥିବାରୁ ଗମନାଗମନ ତଥା ଅନ୍ୟାନ୍ୟ କାର୍ଯ୍ୟ ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଛି ।ନବରଙ୍ଗପୁରରେ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ସକାଳ୬ରୁ ବନ୍ଦ ପାନ କରାଯାଉଛି । ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ବେକାରୀ ସମସ୍ୟା ଇତ୍ୟାଦି ସମେତ ମୋଟ ୬ଟି ଦଫା ଦାବି କରି ନବରଙ୍ଗପୁର ବନ୍ଦ କରିଛି ଜିଲ୍ଲା ବିଜେପି । ଜିଲ୍ଲାର ଚାଉଁରିଆଗଡ଼, ମାଜିଗୁଡ଼ା ଇତ୍ୟାଦିରେ ୁବମୋର୍ଚ୍ଚା ରାସ୍ତା ଅବରୋଧ କରିଥିବା ଦେଖିବାକୁ ମିଳଛି । ଫଳରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ମୌଳିକ ସେବାରେ ବିଳମ୍ବ କିମ୍ବା ସମ୍ପୂର୍ଣ୍ଣ ରୂପେ ପ୍ରଭାବିତ ହୋଇଛି ।ତେବେ ବନ୍ଦରୁ ଅତ୍ୟାବଶକୀୟ ସାମଗ୍ରୀ କ୍ରୟ ସହ ଜରୁରୀକାଳୀନ ସେବାକୁ ବାଦ ଦିଆଯାଇଛି। ନବରଙ୍ଗପୁର – ଜୟପୁର ରେଳ ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ଅର୍ଥ ବ୍ୟୟବରାଦ କରିଛନ୍ତି। ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ଜମି ଅଧିଗ୍ରହଣ ଅହେତୁକ ବିଳମ୍ବ ଜିଲ୍ଲା ପ୍ରତି ସରକାରଙ୍କ ବୈମାତୃକ ମନୋଭାବକୁ ସୂଚାଉଛି ବୋଲି ବିଜେପି ଯୁବ ମୋର୍ଚ୍ଚା ଅଭିଯୋଗ କରିଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |