ନକଲି ଶିକ୍ଷକଙ୍କ ତଥ୍ୟ ,୧୧ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି

ଭୁବନେଶ୍ୱର,୩୦।୧:  ନକଲି ସାର୍ଟିଫିକେଟ ଦେଇ ଚାକିରି କରୁଥିବା ଡୁପ୍ଲିକେଟ ଶିକ୍ଷକମାନଙ୍କ ତଥ୍ୟ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଶିକ୍ଷା ନିର୍ଦ୍ଦେଶାଳୟ ।ନକଲି ଶିକ୍ଷକଙ୍କ ତଥ୍ୟ ଦେଇ ନାହାନ୍ତି ୧୧ ଜିଲ୍ଲା ଶିକ୍ଷା ଅଧିକାରୀ। ଏଥିପାଇଁ ବାଲେଶ୍ୱର, ଭଦ୍ରକ, ବଲାଙ୍ଗିର, ଦେବଗଡ଼, ଗଜପତି, ଜଗତସିଂହପୁର, କଳାହାଣ୍ଡି, କେନ୍ଦ୍ରାପଡ଼ା,ମାଲକାନଗିରି, ମୟୂରଭଞ୍ଜ ଓ ସମ୍ବଲପୁର ଜିଲ୍ଲାର ଶିକ୍ଷା ଅଧିକାରୀଙ୍କୁ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଚିଠି କରାଯାଇଛି। ଆଜି ସୁଦ୍ଧା ନକଲି ଶିକ୍ଷକଙ୍କ ତାଲିକା ଶିକ୍ଷା ନିର୍ଦ୍ଦେଶାଳୟକୁ ପଠେଇବାକୁ ନିର୍ଦ୍ଦେଶ ଦିଆଯାଇଛି।ନକଲି ସାର୍ଟିଫିକେଟ ଦେଇ କେତେଜଣ ଶିକ୍ଷକତା କରୁଛନ୍ତି ସେନେଇ ରାଜ୍ୟ ସରକାର ଏକ ସତ୍ୟପାଠ ପ୍ରସ୍ତୁତ କରୁଛନ୍ତି। ଯାହାକୁ ରୁଜୁ ହୋଇଥିବା ଜନସ୍ୱାର୍ଥ ମାମଲାରେ ସରକାର ଦାଖଲ କରିବେ। କିନ୍ତୁ ଏସବୁ ଜିଲ୍ଲାରୁ ତଥ୍ୟ ଆସି ନଥିବାରୁ ସତ୍ୟପାଠ ପ୍ରସ୍ତୁତ ହୋଇପାରୁ ନଥିବା ଚିଠିରେ ଉଲ୍ଲେଖ କରାଯାଇଛି।ଅନେକ ସ୍କୁଲରେ ନକଲି ଶିକ୍ଷକ ପାଠ ପଢାଉଥିବା ବେଳେ ଏହା ବିପକ୍ଷରେ ପଦକ୍ଷେପ ନେବା ଆରମ୍ଭ କରିଛି ଶିକ୍ଷା ନିର୍ଦ୍ଦୋଳୟ । ଏଥିପାଇଁ ସମସ୍ତ ଅଧିକାରୀମାନଙ୍କୁ ନକଲି ଶିକ୍ଷକ/ଶିକ୍ଷୟତ୍ରୀଙ୍କ ତାଲିକା ଏବଂ ତଥ୍ୟା ଦେବା ପାଇଁ କହିଥିଲେ । କିନ୍ତୁ ୧୧ ଟି ଜିଲ୍ଲାର ଶିକ୍ଷା ଅଧିକାରୀ ନକଲି ଶିକ୍ଷକଙ୍କ ତାଲିକା ଦେଉନାହାନ୍ତି । ତେଣୁ ସମ୍ପୃକ୍ତ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ତରଫରୁ ଚିଠି ପଠାଇଛି । ନକଲି ସାର୍ଟିଫିକେଟ ଦେଇ ଶିକ୍ଷକତା କରୁଥିବା ଲୋକମାନଙ୍କ ତାଲିକା ଦେବା ପାଇଁ ଏହି ନିର୍ଦ୍ଦେଶ ଜାରି କରାଯାଇଛି । ଏସବୁ ତଥ୍ୟ ଦେଇ ନଥିବାରୁ ସତ୍ୟପାଠ ହୋଇ ପାରୁ ନାହିଁ । ତେଣୁ ବର୍ତ୍ତମାନ ଏ ସମ୍ପର୍କରେ ଜନସ୍ୱାର୍ଥ ମାମଲାରେ ସରକାର ସତ୍ୟପାଠ ଦାଖଲ କରିବେ ବୋଲି ଜାଣିବାକୁ ମିଳିଛି । ଆଜି ସୁଦ୍ଧା ନକଲି ଶିକ୍ଷକଙ୍କ ତାଲିକା ପଠାଇବା ପାଇଁ ଚିଠିରେ ସମ୍ପୃକ୍ତ ଶିକ୍ଷା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!