ଗଞ୍ଜାମ ,୩୦।୧:ଗଞ୍ଜାମ ଜିଲ୍ଲାର ସୁନାପୁର ବିଚକୁ ମିଳିଲା ଅନ୍ତର୍ଜାତୀୟ ବ୍ଲୁ ଫ୍ଲାଗ ବିଚର ମାନ୍ୟତା । ଏନେଇ ନିଜ ସୋଶାଲ ମିଡିଆ ହ୍ୟାଣ୍ଡଲ ଏକ୍ସରେ ଫଟୋ ସେୟାର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।ପରିବେଶ ମାନ, ପରିଷ୍କାର ପରିଚ୍ଛନ୍ନତା ଓ ପର୍ଯ୍ୟଟକ ଅନୁକୁଳ ପରିବେଶ ଭଳି ଦିଗକୁ ଦେଖି ଏହି ମାନ୍ୟତା ପ୍ରଦାନ କରାଯାଇଛି । ବ୍ଲୁପ୍ଲାଗ ବିଚର ମାନ୍ୟତା ପାଇବା ପରେ ଏହା ପର୍ଯ୍ୟଟନ ଶିଳ୍ପର ଅଭିବୃଦ୍ଧିରେ ବେଶ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |