ଭୁବନେଶ୍ୱର,,୩୧।୧ : ରାଜଧାନୀର ରାଜରାସ୍ତାରେ ବୁଲିଲା ଖଣ୍ଡା, ଭୁଜାଲି। ସଂଘର୍ଷରେ ୪ ଜଣ ଆହତ ହୋଇଥିବା ବେଳେ ୫ ଜଣଙ୍କୁ ପୋଲିସ ଗିରଫ କରିଥିବା ସୂଚନା ମିଳିଛି । ଜାଗମରା ନୂଆ ରୋଡରେ ବୁଲିଲା ଖଣ୍ଡା, ଭୁଜାଲି । ରାସ୍ତାରେ ଯାଉଥିବା ଲୋକେ ଯିଏ ଯୁଆଡେ ଯାଉଥିଲେ କିଛି ସମୟ ପାଇଁ ଅଟକିଗଲେ । ରାସ୍ତା ପାଲଟି ଯାଇଥିଲା ରଣକ୍ଷେତ୍ର।ରାସ୍ତାରେ ଯାଉଥିବା ଲୋକେ ଯିଏ ଯୁଆଡେ ଯାଉଥିଲେ କିଛି ସମୟ ପାଇଁ ଅଟକିଗଲେ। କିଛି ସମୟ ରାଜ ରାସ୍ତା ପାଲଟିଲା ରଣକ୍ଷେତ୍ର। ପୁଲିସ ପହଞ୍ଚିବା ପରିସ୍ଥିତି ଶାନ୍ତ ପଡ଼ିଥିଲା। ଏପରି ଘଟଣା ଘଟିଛି ଭୁବନେଶ୍ୱର ସ୍ଥିତ ଜାଗମରା ନୂଆ ରୋଡରେ ।ଗତକାଲି ବିଳମ୍ବିତ ରାତିରେ ଏକ ଖାଦ୍ୟ ଷ୍ଟଲକୁ ପାଣ୍ଡରା ଅଞ୍ଚଳର ପ୍ରାୟ ୮ ଜଣ ଯୁବକ ଖାଇବାକୁ ଯାଇଥିଲେ। ଏହି ସମୟରେ ଅପର ଗୋଷ୍ଠୀର ବ୍ୟକ୍ତି ଅଚାନକ ଆକ୍ରମଣ କରିଥିଲେ। ରାସ୍ତା ଉପରେ ଖଣ୍ଡାଭୁଜାଲିରେ ଉଭୟ ଗୋଷ୍ଠୀ ମଧ୍ୟରେ ଆକ୍ରମଣ ପ୍ରତି ଆକ୍ରମଣ ହୋଇଥିଲା। ଏଥିରେ ଉଭୟ ଗୋଷ୍ଠୀର ୪ଜଣ ଆହତ ହୋଇଥିଲେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |