ଆଜିଠାରୁ ବଜେଟ୍‌ ଅଧିବେଶନ ଆରମ୍ଭ,ସୁରକ୍ଷା ଦାୟିତ୍ୱରେ CISF

ନୂଆଦିଲ୍ଲୀ,୩୧।୧ : ଆଜିଠାରୁ ସଂସଦ ଭବନରେ ବଜେଟ୍ ଅଧିବେଶନ ଆରମ୍ଭ ହେଉଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟବର୍ତ୍ତୀକାଳୀନ ବଜେଟ୍ ଉପସ୍ଥାପନ କରିବେ । ତେବେ ବଜେଟ୍ ଅଧିବେଶନ ପୂର୍ବରୁ ସଂସଦରେ ଭବନ ପରିସରର ସୁରକ୍ଷା ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ କରାଯାଇଛି । ବର୍ତ୍ତମାନ ସଂସଦର ସୁରକ୍ଷା ଦାୟିତ୍ୱରେ CISFକୁ ଦିଆଯାଇଛି । ସଂସଦ ଭବନର ସୁରକ୍ଷା ବ୍ୟବସ୍ଥା ଅନ୍ତର୍ଗତ ବଜେଟ ଅଧିବେଶନରେ ଉପସ୍ଥିତ ଥିବା ଲୋକଙ୍କୁ ଏକ ସ୍ୱତନ୍ତ୍ର ଡ୍ରିଲ୍ ଅନୁଯାୟୀ ଯାଞ୍ଚ କରାଯାଉଛି । ଏହି ଡ୍ରିଲରେ ଦିଲ୍ଲୀ ପୋଲିସ, CISF ଏବଂ CRPF ଜବାନ ସାମିଲ ଅଛନ୍ତି । କହିରଖୁଛୁ ପୂର୍ବରୁ ସଂସଦରେ ସୁରକ୍ଷା ତୃଟିକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଛି ।ଆଜିଠାରୁ ଆରମ୍ଭ ହେଉଥିବା ବଜେଟ ଅଧିବେଶନକୁ ଦୃଷ୍ଟିରେ ରଖି CISF ୧୪୦ ଜଣ ଜବାନଙ୍କୁ ବାହ୍ୟ ସ୍ତରର ସୁରକ୍ଷା ଦାୟିତ୍ୱ ଦେଇଛି ଯେଉଁଥିରେ ଫ୍ରିସକିଂ ଏବଂ ଚେକିଂ ସାମିଲ ରହିଛି । ସଂସଦ ଭବନର ପ୍ରବେଶ ପଥରେ ବିମାନବନ୍ଦର ପଥରେ ୨ଟି ସ୍ତରରେ ଚେକିଂ ହେଉଛି । ଏହା ବ୍ୟତୀତ ଟ୍ରେରେ ଜିନିଷ ରଖି ସ୍କାନିଂ କରାଯାଉଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!