ଭୁବନେଶ୍ଵର,୩୧।୧ : ଆସନ୍ତା ଫେବ୍ରୁଆରୀ ୩ ତାରିଖରୁ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜିତ ହେବ। ଆସନ୍ତା ଫେବୃଆରୀ ୩ରୁ ୫ ତାରିଖ ଯାଏଁ ଏହି ସମ୍ମିଳନୀ ଚାଲିବ । ଭୁବନେଶ୍ବରର ଜନତା ମଇଦାନଠାରେ ତିନି ଦିନ ଧରି ଏହି ସମ୍ମିଳନୀ ଆୟୋଜନ କରାଯିବ। ପ୍ରଥମ ଥର ରାଜ୍ୟରେ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜିତ କରାଯାଉଥିବାରୁ ଏଥି ପାଇଁ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ତେବେ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବଡ଼ ଘୋଷଣା କରିଛନ୍ତି। ପ୍ରଥମ ବିଶ୍ଵ ଓଡିଆ ଭାଷା ସମ୍ମିଳନୀ ଅବସରରେ ବିଶିଷ୍ଟ ଭାଷାବିତ୍ ଡକ୍ଟର ଦେବୀପ୍ରସନ୍ନ ପଟ୍ଟନାୟକଙ୍କୁ ପ୍ରଥମ ବିଶ୍ଵ ଓଡିଆ ଭାଷା ସମ୍ମାନରେ ସମ୍ମାନିତ କରାଯିବ ।ତେବେ ଏହି ଅବସରରେ ଫେବୃଆରୀ ୩ ତାରିଖ ଦିନ ‘ବନ୍ଦେ ଉତ୍କଳ ଜନନୀ’ ଗାଇବାକୁ ସମସ୍ତଙ୍କୁ ଅପିଲ କରାଯାଇଛି। ୩ ତାରିଖ ସକାଳ ୧୧ ଟା ୩୦ରେ ଗାଇବାକୁ ଅପିଲରେ କୁହାଯାଇଛି।ଫେବୃଆରୀ ୩ରୁ ୫ ତାରିଖ ପର୍ୟ୍ୟନ୍ତ ଭୁବନେଶ୍ୱର ଜନତା ମୈଦାନରେ ଏହି ସମ୍ମିଳନୀ ଆୟୋଜନ କରାଯାଉଛି । ଶାସ୍ତ୍ରୀୟ ଭାଷା ଓଡ଼ିଆକୁ ଅଧିକ ଲୋକପ୍ରିୟ କରିବାକୁ ଆଲୋଚନା ହେବ । ଆମ ଭାଷାକୁ ଅଧିକରୁ ଅଧିକ ଉପଯୋଗ ପାଇଁ ମାନସମନ୍ଥନ ହେବ । ଓଡ଼ିଆ ଭାଷାର ପ୍ରାଚୀନତା ଓ ଭବିଷ୍ୟତର ପ୍ରାସଙ୍ଗିକତା ସମ୍ପର୍କରେ ତର୍ଜମା ହେବ । ଓଡ଼ିଆ ଭାଷାବିତ ମାନେ ଯୋଗଦେଇ ଆଲୋଚନା କରିବେ । ତେବେ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀକୁ ନେଇ ସାରା ରାଜ୍ୟବାସୀ ଉତ୍ସାହିତ ରହିଛନ୍ତି । ସମ୍ମିଳନୀକୁ ସ୍ମରଣୀୟ ନିମନ୍ତେ ବିଶେଷ ବ୍ୟକ୍ତିବିଶେଷ ସମ୍ମାନିତ ହେବ। ସବୁ ବର୍ଗର ବ୍ୟକ୍ତିବିଶେଷ ସାମିଲ ହେବେ। ସେହିପରି ଏହି ଦିନ ସବୁ ପଞ୍ଚାୟତରେ ସ୍ୱତନ୍ତ୍ର ଗ୍ରାମସଭା ଆୟୋଜନ କରାଯିବ। ଏହା ସହ ବ୍ଲକ ସ୍ତରୀୟ ମଧ୍ୟ ଏହି କାର୍ୟ୍ୟକ୍ରମ ଆୟୋଜନ କରାଯିବ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |