ନବରଙ୍ଗପୁର(ମିହିର ଶଙ୍କର ପାତ୍ର ),,୧।୨: ପାପଡା ହାଣ୍ଡି ବ୍ଳକ ମୈଦଲ ପୁର ଗ୍ରାମ ପଞ୍ଚାୟତ ର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ଗୋପୀଗୁଡା ରେ ସହକାରୀ ଶିକ୍ଷୟିତ୍ରୀ ସମ୍ମାନନୀୟା ବାରୁଣୀ ମାଝୀଙ୍କ ଚାକିରି ରୁ ଅବସର ରେ ବିଦାୟ କାଳୀନ ସଭା ଅନୁଷ୍ଠିତ। ଉକ୍ତ କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ପରିଚାଳନା କମିଟିର ସମସ୍ତ ସଭ୍ୟ ସଭ୍ୟା ଯୋଗଦାନ କରିଥିଲେ । ପ୍ରଧାନ ଶିକ୍ଷକ ସୁଦର୍ଶନ ମାଝୀ ଓ ସହକାରୀ ଶିକ୍ଷକ ବୃନ୍ଦ ଉପସ୍ଥିତ ରେ ପୁଷ୍ପମାଲ୍ୟ,ଫୁଲ ଉପହାର ମାଧ୍ୟମରେ ଶୁଭେଚ୍ଛା ଜଣାଇଲେ। ପ୍ରଧାନ ଶିକ୍ଷକ ସୁଦର୍ଶନ ମାଝୀ ସାର ଶିକ୍ଷକ ର କାର୍ଯ୍ୟ ଧାରା ରେ ଶିକ୍ଷାୟତନ ରେ ଶିକ୍ଷକ ର ଭୂମିକା ବାବଦରେ ଆଲୋଚନା କରିଥିଲେ। ଆଂଚଳିକ ସାଧନ କେନ୍ଦ୍ର ସଂଯୋଜକ ବାବୁଲାଲ ସାଗର ମଞ୍ଚ ପରିଚାଳନା ରେ ଅବସର କାଳୀନ କାର୍ଯ୍ୟକ୍ରମ ରେ ଶିକ୍ଷକ ଦେଶର ମେରୁଦଣ୍ଡ। ଶିକ୍ଷକ ର ଶିକ୍ଷା ଦାନ ରେ କୋମଳମତି ଶିଶୁ ମସ୍ତିଷ୍କ ରେ ଶିକ୍ଷା କୁ ଗ୍ରହଣ କରିବାରେ ଶିକ୍ଷକ ର ଏଭଳି କାର୍ଯ୍ୟକ୍ରମ ରେ ଦେଶର ମହାନ ମଣିଷ ଗଠନରେ ଶିକ୍ଷକ ର ପ୍ରୟାସ କୁ ଭୂରିୟସୀ ପ୍ରଶଂସା କରିଥିଲେ। ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ର ଜିଲ୍ଲାର ସଂଯୋଜିକା ପ୍ରତିମା ଯାଦବ ଦିଦି ଶିକ୍ଷୟିତୀ ବାରୁଣୀ ଦିଦି ଙ୍କ ଅବସରରେ ମଧ୍ୟ ବିଦ୍ୟାଳୟ କୁ ଆସି କୁନି ପିଲାମାନଙ୍କ ଭବିଷ୍ୟତ ଗଠନରେ ସହଯୋଗ ପାଇଁ ମତ ପୋଷଣ କରିଥିଲେ। ସରକାରୀ ପ୍ରାଥମିକ ବିଦ୍ୟାଳୟ ପଣ୍ଡିତ ଗୁଡା ପ୍ରଧାନ ଶିକ୍ଷକ କିଶର ବେହେରା ସହକାରୀ ଆଖୁରସ ଠାରୁ ଶିକ୍ଷକର ଶିକ୍ଷା ଦାନ ରସ ଅଧିକ ମାଧୁର୍ଯ୍ୟ କରି ସମସ୍ତଙ୍କୁ ଆପ୍ୟାୟିତ କରିଥିଲେ।ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ସମ୍ପାଦକ ରତିକାନ୍ତ ପଣ୍ଡା ଵାଵୁ,ସରକାରୀ ପ୍ରାଥମିକ ବିଦ୍ୟାଳୟ, ତୁରୁଞ୍ଜିଆ ଗୁଡା ସହକାରୀ ଶିକ୍ଷୟିତ୍ରୀ ତରୁଲତା ମାଝୀ,, ନରେନ୍ଦ୍ର ସାହୁ , ଗୋବର୍ଦ୍ଧନ ନାୟକ ଶିକ୍ଷକ ମହାଶୟ ଯୋଗଦାନ କରି ବିଦାୟ କାଳୀନ ଦିବସ କୁ ଯାକ ଯକମରେ ପାଳନ କରିଥିଲେ । ଆଂଚଳିକ ସାଧନ କେନ୍ଦ୍ର ସଂଯୋଜକ ବାବୁଲାଲ ସାଗର ତରଫରୁ ମଞ୍ଚ ପରିଚାଳନା କରିଥିଲେ। ବୈଠକରେ ସମସ୍ତ କୁ ଧନ୍ୟବାଦ ଅର୍ପଣ କରି ସମସ୍ତଙ୍କ ପ୍ରିୟ ପ୍ରତିମା ଯାଦବ ଦିଦି ଶୋଭା ସମାପ୍ତ ଘୋଷଣା କରିଥିଲେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |