ଆଜି ସମ୍ବଲପୁର ଆସୁଛନ୍ତି ମୋଦି; ବିଭିନ୍ନ ପ୍ରକଳ୍ପର କରିବେ ଉଦ୍‌ଘାଟନ

ସମ୍ବଲପୁର,୩ା୨:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଓଡ଼ିଶା ଆସୁଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଦିନିକିଆ ସମ୍ବଲପୁର ଗସ୍ତ କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ମୋଦି ରେମେଡ ପଡିଆରେ ବିଶାଳ ଗ୍ୟାରେଣ୍ଟି ସମାବେଶରେ ଯୋଗ ଦେଇ ଜନ ସାଧାରଣଙ୍କୁ ଉଦବୋଧନ ଦେବେ।ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ପୁରା ସମ୍ବଲପୁର । ସହରରର ରାସ୍ତାଘାଟରେ ବଡ଼ବଡ଼ ବ୍ୟାନର ସହ ବିଜେପି ପତାକା ଏବଂ ମୋଦୀଙ୍କ ହୋର୍ଡ଼ିଂ ଲାଗିଛି । ଏହି ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ରାଜ୍ୟବାସୀଙ୍କୁ ୬୮ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଭେଟି ଦେବେ । କେନ୍ଦ୍ର ବଜେଟ ଉପସ୍ଥାପନ ପରେ ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ ସଭା ହୋଇଥିବାରୁ ସାରା ଦେଶର ନଜର ବର୍ତ୍ତମାନ ସମ୍ବଲପୁର ଉପରେ ରହିଛି ।୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏବଂ କେନ୍ଦ୍ର ଅନ୍ତରୀଣ ବଜେଟ ଉପସ୍ଥାପନ ପରେ ପ୍ରଧାନମନ୍ତ୍ର ମା’ ସମଲେଶ୍ୱରୀଙ୍କ ମାଟିରେ ପ୍ରଥମ ଜନସଭାକୁ ସମ୍ବୋଧିତ କରିବାକୁ ଯାଉଛନ୍ତି ଯାହା ଆମ ପାଇଁ ଗୌରବର ବିଷୟ । ମୋଦୀ ଜୀ ଦେଶର ମହିଳା, ଗରିବ, କୃଷକ ଏବଂ ଯୁବକଙ୍କ ଆସ୍ଥାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ଏଥିସହ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ସମ୍ବଲପୁର ସମେତ ଓଡ଼ିଶାବାସୀଙ୍କ ମଧ୍ୟରେ ଅପୂର୍ବ ଉତ୍ସାହ ଦେଖିବାକୁ ମିଳିଛି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବହୁ ନେତା ସମ୍ବଲପୁରରେ ପହଞ୍ଚି ସାରିଛନ୍ତି । ଶୁକ୍ରବାର ଶ୍ରୀ ପ୍ରଧାନ ଆଇଆଇଏମ୍‌, ସମ୍ବଲପୁର ଓ ସମ୍ବଲପୁର ରେମେଡ୍ ପଡ଼ିଆ ଠାରେ ସ୍ଥାନୀୟ ପ୍ରଶାସନ, କତ୍ତୃପକ୍ଷ ଏବଂ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହ ପ୍ରତକ୍ଷ ଭାବେ ପ୍ରସ୍ତୁତି କାର୍ଯ୍ୟ ସମୀକ୍ଷା କରିଥିଲେ ।ଏହି ଗସ୍ତ ଅବସ‌ରରେ ପ୍ରଧାନମନ୍ତ୍ରୀ ରାଜ୍ୟବାସୀଙ୍କୁ ୬୮ ହଜାର କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଭେଟିଦେବେ। ‌ବିଦ୍ୟୁତ୍‌, ସଡ଼କ, ରେଳ, କୋଇଲା ଏବଂ ଡାକ ଭଳି ବିଭିନ୍ନ କ୍ଷେତ୍ରର ବହୁ ପ୍ରକଳ୍ପକୁ ସେ ଲୋକାର୍ପଣ କରିବେ ଏବଂ ଦେଶ ଉଦ୍ଦେଶ୍ୟରେ ସମର୍ପିତ କରିବେ। ରାଷ୍ଟ୍ରାୟତ୍ତ କମ୍ପାନି ଏନ୍‌ଟିଭିସି, ଏମ୍‌ସିଏଲ୍‌, ଏନ୍‌ଏଚ୍‌ଏଆଇ, ଏନ୍‌ଏଲ୍‌ସି ଆଦି ପକ୍ଷରୁ ସ୍ଥାପନ କରାଯାଇଥିବା ପ୍ରକଳ୍ପଗୁଡ଼ିକର ସେ ଉଦ୍‌ଘାଟନ ଓ ଶିଳାନ୍ୟାସ କରିବେ। ଅନ୍ୟପକ୍ଷରେ, ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସମ୍ବଲପୁରରେ ସୁରକ୍ଷା ବ୍ୟବସ୍ଥା ବି କଡ଼ାକଡ଼ି କରାଯାଇଛି ଏବଂ ସମୁଦାୟ ୭୦ ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ କରାଯାଇଛି। ସୁରକ୍ଷା ଦାୟିତ୍ବରେ ୩ଟି ଏସ୍‌ପି ରେଞ୍ଜ୍‌ର ପୁଲିସ ଅଧିକାରୀଙ୍କୁ ସାମିଲ କରାଯାଇଛି। ଗୁଇନ୍ଦା ବିଭାଗ ନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ ଓ ଏଡିଜି(ଆଇନ ଶୃଙ୍ଖଳା) ସଞ୍ଜୟ କୁମାରଙ୍କ ସହ ଆଇଜି ଦୀପକ କୁମାର ଓ ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ ସୁରକ୍ଷା କାର୍ଯ୍ୟ ତଦାରଖ କରୁଛନ୍ତି। ସେମାନଙ୍କ ସହିତ ୪ ଜଣ ଏସ୍‌ପିଙ୍କ ସହ ୨୫୦ ପୁଲିସ ଅଧିକାରୀ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି। ଏ ସମ୍ପର୍କରେ ଆଇଜି ହିମାଂଶୁ ଲାଲ କହିଛନ୍ତି, ସୁରକ୍ଷାରେ କୌଣସି ପ୍ରକାର ଅଭାବ ଯେଉଁଭଳି ଭାବେ ରହିବ ନାହିଁ, ତାହାକୁ ଦୃଷ୍ଟିରେ ରଖି ସମସ୍ତେ କାର୍ଯ୍ୟ କରୁଛନ୍ତି। ସମ୍ବଲପୁର ଏସ୍‌ପି ମୁକେଶ ଭାମୁଙ୍କ ସୂଚନା ଅନୁଯାୟୀ, ଯେଉଁମାନଙ୍କୁ ଆଇଆଇଏମ୍‌ରୁ ନିମନ୍ତ୍ରଣ ମିଳିଛି, ସେମାନେ ଦିନ ୧୧ଟା ୩୦ ସୁଦ୍ଧା ପହଞ୍ଚିବେ। ରେମେଡ୍‌ରେ ଯେଉଁମାନେ ଯୋଗଦେବେ ସେମାନେ ଦିନ ୧ଟା ସୁଦ୍ଧା ପଡ଼ିଆକୁ ଆସିବେ। ସମସ୍ତଙ୍କ ଯାଞ୍ଚ୍‌ ହେବାପରେ ପ୍ରବେଶ କରାଯିବ। ପ୍ରଧାନମନ୍ତ୍ରୀ ଆସୁଥିବା ଆଇଆଇଏମ୍‌ ଓ ରେମେଡ୍‌କୁ ନୋ ଫ୍ଲାଇଂ ଜୋନ୍‌ ଘୋଷଣା କରାଯାଇଛି। ଡ୍ରୋନ୍‌ ଉଡ଼ିବା ଉପରେ ବି କଟକଣା ଲଗାଯାଇଛି। କୌଣସି ଲୋକ ପାଣି ବୋତଲ ଧରି ଆସିବେ ନାହିଁ, ଭିତରେ ପାଣି ବ୍ୟବସ୍ଥା କରାଯାଇଛି। ରେମେଡ୍‌ରେ ସାଧାରଣ ଲୋକଙ୍କ ପ୍ରବେଶ ପାଇଁ ୨ଟି ଏଣ୍ଟ୍ରି ପଏଣ୍ଟ ରହିବ। ସଭାସ୍ଥଳ ନିକଟରେ ୧୫୦୦ ବସ୍‌ ରହିବା ପାଇଁ ସବୁଠୁ ବଡ଼ ପାର୍କିଂ ସ୍ଥାନ କରାଯାଇଛି। ତା’ସହିତ ଆଉ ୨ଟି ପାର୍କିଂ ଅଞ୍ଚଳ କରାଯାଇଛି। ପୁଲିସ ମହାନିର୍ଦ୍ଦେଶକ ଅରୁଣ ଷଡ଼ଙ୍ଗୀଙ୍କ ତତ୍ତ୍ବାବଧାନରେ ପୂରା ସୁରକ୍ଷା ବ୍ୟବସ୍ଥା ପ୍ରସ୍ତୁତ କରାଯାଉଛି।ପୁରୀ-ସୋନପୁର ସାପ୍ତାହିକ ଏକ୍ସପ୍ରେସ ଟ୍ରେନ ଚଳାଚଳ ଏବଂ ଷ୍ଟେସନ ବିଲଡିଂର ଶୁଭାରମ୍ଭ କରିବେ। ମୋଦିଙ୍କ ଗସ୍ତ ପାଇଁ ଆଇ.ଆଇ.ଏମ ପରିସରରେ ବ୍ୟାପକ ପ୍ରସ୍ତୁତି ହୋଇଛି। ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ଉଭୟ IIMର ଛାତ୍ରଛାତ୍ରୀ, କର୍ମଚାରୀ ଓ ନିର୍ଦ୍ଦେଶକ ଖୁବ ଉତ୍ସାହିତ ଅଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!