ନୂଆଦିଲ୍ଲୀ,୩।୨: ପ୍ରତି ଜିଲ୍ଲାରେ ହେବ ମେଡିକାଲ କଲେଜ|ନୂଆ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଏକ ବିଶେଷଜ୍ଞ କମିଟି ଗଠନ କରାଯିବ ବୋଲି ବଜେଟରେ ଘୋଷଣା କରାଯାଇଛି। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଗତ ବର୍ଷ ସରକାର ୧୫୭ ନୂଆ ମେଡିକାଲ କଲେଜ ଘୋଷଣା କରିଥିଲେ। ଏଥିରେ ମହାରାଷ୍ଟ୍ରର ୨, ହିମାଚଳ ପ୍ରଦେଶର ୩ ଏବଂ ଉତ୍ତରପ୍ରଦେଶର ୨୭ ମେଡିକାଲ କଲେଜ ସାମିଲ ଥିଲା। ପ୍ରତ୍ୟେକ ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା କରିବାର ଏହା ଏକ ପାଇଲଟ ପ୍ରକଳ୍ପ। ଏହି ଆଧାରରେ ଦେଶର ସବୁ ଜିଲ୍ଲାରେ ମେଡିକାଲ କଲେଜ ଆରମ୍ଭ କରାଯିବ।ଆସନ୍ତା ଲୋକସଭା ନିର୍ବାଚନ ପୂର୍ବରୁ ସ୍ବାସ୍ଥ୍ୟ ମନ୍ତ୍ରାଳୟ ଏବଂ ଜାତୀୟ ମେଡିକାଲ କମିଶନ (ଏନଏମସି) ଏହି ବିଶେଷଜ୍ଞ କମିଟି ଗଠନ କରିବେ। ଏଥିରେ ମୋଟ ୧୨ ଜଣ ସଦସ୍ୟ ରହିବେ। ଏମାନଙ୍କ ମଧ୍ୟରେ ୬ ଜଣ ଅବସରପ୍ରାପ୍ତ ବିଶେଷଜ୍ଞ ସାମିଲ ହେବେ। ଏହି କମିଟି ଏକ ଜିଲ୍ଲା-ଏକ ହସ୍ପିଟାଲକୁ ନେଇ ମଧ୍ୟ ସୁପାରିସ କରିବ। କାରଣ ଏବେ ଦେଶର ଏଭଳି ୧୭ଟି ରାଜ୍ୟ ଅଛନ୍ତି ଯେଉଁଠି ପ୍ରତି ଜିଲ୍ଲାରେ ଗୋଟିଏ ଲେଖାଏଁ ଜିଲ୍ଲା ହସ୍ପିଟାଲ ନାହିଁ। ମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ ୨ ପ୍ରକାରର ମେଡିକାଲ କଲେଜ ପ୍ରତିଷ୍ଠା କରିବାକୁ ଯୋଜନା କରାଯାଇଛି। ଗୋଟିଏରେ କେନ୍ଦ୍ର ୬୦ ପ୍ରତିଶତ ଏବଂ ରାଜ୍ୟ ୪୦ ପ୍ରତିଶତ ଖର୍ଚ୍ଚ ବହନ କରିବ। ଅନ୍ୟଟିରେ ବିଭିନ୍ନ ବିଭାଗର ହସ୍ପିଟାଲର ମୌଳିକ ଭିତ୍ତିଭୂମିକୁ ବ୍ୟବହାର କରି ମେଡିକାଲ କଲେଜ ଖୋଲାଯିବ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |