ଦିବ୍ୟାଙ୍ଗୋ ଛାତ୍ର ଛାତ୍ରୀ ମାନଙ୍କ ବ୍ଳକ ସ୍ତରୀୟ କ୍ରୀଡା ଓ ସାଂସ୍କୃତିକ ଉତ୍ସଵ

ନବରଙ୍ଗପୁର(ମିହିର ଶଙ୍କର ପାତ୍ର),,୩।୨:ପାପଡା ହାଣ୍ଡି ବ୍ଳକ ଅନ୍ତର୍ଗତ ସରକାରୀ ପ୍ରାଥମିକ ବିଦ୍ୟାଳୟ,ଦୁଲପୁର ରେ ଦିବଂଗତ ଛାତ୍ର ଛାତ୍ରୀ ମାନଙ୍କ ବ୍ଳକ ସ୍ତରୀୟ କ୍ରୀଡା ଓ ସାଂସ୍କୃତିକ ଉତ୍ସଵ ପାଳନ ରେ ମୁଖ୍ୟ ଅତିଥି ଗୋଷ୍ଠୀ ଶିକ୍ଷା ଅଧିକାରୀ ସୌମେନ୍ଦ୍ର ଭୂମିକ, ସମ୍ମାନନୀୟ ଅତିଥି ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଦର୍ଶନ ନାୟକ,ବାଳକ ଦାସ ରନ୍ଧାରି, ପୂର୍ଣ୍ଣ ଚଂଦ୍ର ପୂଜାରୀ, ସଭାପତି ସୁଭାଷିନୀ ଦଣ୍ଡସେନା ସରକାରୀ ପ୍ରାଥମିକ ବିଦ୍ୟାଳୟ, ଆଂଚଳିକ ସାଧନ କେନ୍ଦ୍ର ସଂଯୋଜକ ପର୍ଶୁରାମ ଡଗରୀ, ମନୋଜ ମାଝୀ ଓ ପିଲାମାନଙ୍କ ପିତା ମାତା ଓ ଅଭିଭାବକ ଯୋଗଦାନ କରିଥିଲେ। ପିଲାମାନଙ୍କ ମଧ୍ୟରେ ପ୍ରତିଯୋଗିତାରେ ଗୀତ, ନୃତ୍ୟ, ଚିତ୍ରାଙ୍କନ , ଚୌକି ଖେଳ,ଚାମଳ ଖେଳ ଅନୁଷ୍ଠିତ ହୋଇଥିଲା। ପ୍ରଥମ, ଦ୍ଵିତୀୟ ଓ ତୃତୀୟ ରେ ପ୍ରତିଭା ପ୍ରଦର୍ଶନରେ ପିଲାମାନଙ୍କୁ ପୁରସ୍କୃତ ରେ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା । ଗୋଷ୍ଠୀ ଶିକ୍ଷା ଅଧିକାରୀ ସୌମେନ୍ଦ୍ର ଭୂମିକ ପିଲାମାନଙ୍କୁ ଭବିଷ୍ୟତ ଜୀବନ ଗଠନରେ ପିତା ମାତା ଓ ଅଭିଭାବକ ସହଯୋଗ ର ଯୋଗଦାନ କୁ ଭୂରିୟସୀ ପ୍ରଶଂସା କରିଥିଲେ।ଆଂଚଳିକ ସାଧନ କେନ୍ଦ୍ର ସଂଯୋଜକ କେନ୍ଦ୍ର ବାବୁଲାଲ ହରିଜନ ଦୀବ୍ୟଙ୍ଗୋ ଛାତ୍ର ଛାତ୍ରୀଙ୍କ ପିତା ମାତା ପିଲାମାନଙ୍କୁ ସମସ୍ତ ଦାୟିତ୍ଵ କୁ ବହନ କରି ଜୀବନ କୁ ସୁଖମୟ ପାଇଁ ପିତା ମାତାଙ୍କ ଅବଦାନ କୁ ଶତକୋଟି ପ୍ରଣାମ ଜଣାଇଥିଲେ। ଆଂଚଳିକ ସାଧନ କେନ୍ଦ୍ର ସଂଯୋଜକ ଵାଵୁଲାଲ ହରିଜନ ମଞ୍ଚ ପରିଚାଳନା କରିଥିଲେ। ଅନ୍ତନିଵେଶୀ ସେଛାସେଵୀ ଜଗନ୍ନାଥ ହରିଜନ, ପିତବାସ ଭତରା ସହଯୋଗ କରିଥିଲେ।ଗୋଷ୍ଠୀ ସମ୍ବଳ ଶିକ୍ଷକ ସୁରଜ କୁମାର ପାତ୍ର ସମସ୍ତ କୁ ଧନ୍ୟବାଦ ଅର୍ପଣ କରି ଶୋଭା ସମାପ୍ତ ଘୋଷଣା କରିଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!