ଭୁବନେଶ୍ୱର,୪ା୨: ରାଜ୍ୟର ବିଭିନ୍ନ ଅଞ୍ଚଳରେ ଆଜି ଭୋରୁ ଘନ କୁହୁଡ଼ି ଦେଖିବାକୁ ମିଳିଛି । ରାଜ୍ୟରେ ଆସନ୍ତା ୨ ଦିନ ଘନକୁହୁଡ଼ି ଜାରି ରହିବ। ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ଜିଲାରେ ଘନକୁହୁଡ଼ି ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଯାଇଛି।ବିଶେଷ କରି ଟ୍ୱିନ ସିଟିରେ କୁହୁଡ଼ିର ପରିମାଣ ଖୁବ ଅଧିକ ରହିଥିବା ଅନୁମାନ କରାଯାଉଛି । ରାସ୍ତା ଠିକ ଭାବରେ ଦେଖା ଯାଉ ନଥିବା ବେଳେ ଯାତାୟତ ଉପରେ ଏହାର ପ୍ରଭାବ ପରିଲକ୍ଷିତ ହୋଇଛି । ତେବେ କଟକ ଭୁବନେଶ୍ୱରର କିଛି ଅଞ୍ଚଳରେ ଏହି ଘନକୁହୁଡ଼ି ପାଇଁ ଯାନବାହନ ଚଳାଚଳରେ ବିଶେଷ ସମସ୍ୟା ସୃଷ୍ଟି ହୋଇଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |