ସୁରକ୍ଷାକର୍ମୀ-ନକ୍ସଲ ମୁହାଁମୁହିଁ ,ଡିଭିଏଫ ଯବାନ ଆହତ

କନ୍ଧମାଳ ,୪।୨  : ବାଲିଗୁଡା ଥାନା ଅନ୍ତର୍ଗତ ସୁଡ୍ରା ଅଞ୍ଚଳରେ ସୁରକ୍ଷା ବାହିନୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଉଭୟ ପକ୍ଷରୁ ଗୁଳି ବିନିମୟ ହୋଇଥିବା ବେଳେ ଏଥିରେ ଜଣେ ଡିଭିଏଫ ଯବାନ ଆହତ ହୋଇଥିବା ଜଣାପଡିଛି।   ଅନ୍ୟପଟେ ମାଓବାଦୀଙ୍କ ଗୁଳିରେ ଜଣେ ଡିଭିଏଫ୍ ଯବାନ୍ ଆହତ ହୋଇଛନ୍ତି । ଯବାନଙ୍କ ବାମ ହାତରେ ଗୁଳି ବାଜିଥିବା ବେଳେ ତାଙ୍କୁ ପ୍ରଥମେ ବାଲିଗୁଡ଼ା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ପରେ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ଫୁଲବାଣୀ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଘଟଣାରେ ଜଣେ ମାଓବାଦୀ ମଧ୍ୟ ନିହତ ହୋଇଥିବା ଅନୁମାନ କରାଯାଉଛି। ତେବେ ଏ ନେଇ ନିର୍ଦ୍ଦିଷ୍ଟ ଭାବେ କିଛି ସୂଚନା ମିଳି ନ ଥିବା କନ୍ଧମାଳ ଏସପି ଶୁଭେନ୍ଦୁ କୁମାର ପାତ୍ର କହିଛନ୍ତି। ଏସପିଙ୍କ ସୂଚନା ଅନୁସାରେ, ଗତ କାଲି ବାଲିଗୁଡା ଥାନା ଅନ୍ତର୍ଗତ ସୁଡ୍ରା ନିକଟବର୍ତ୍ତୀ କାମେରିକିଆ ଜଙ୍ଗଲରେ ପୁଲିସ ଓ ସୁରକ୍ଷା ବାହିନୀର ମିଳିତ କମ୍ବିଂ ଅପରେସନ ଚାଲିଥିବା ବେଳେ ସନ୍ଧ୍ୟା ପ୍ରାୟ ୭ଟା ବେଳେ ମାଓବାଦୀ ମାନଙ୍କ ସହିତ ଆମନା ସାମନା ହୋଇଥିଲେ।ମାଓବାଦୀ ପୁଲିସ ଉପରକୁ ଗୁଳି ଚଳାଇବାରେ ଏହାର ଜବାବରେ ସୁରକ୍ଷା ବାହିନୀ ପକ୍ଷରୁ ପାଲଟା ଗୁଳି ଚାଳନା କରାଯାଇଥିଲା। ଏହି ଅପରେସନ ସମୟରେ ଜଣେ ଡିଭିଏଫ ଜବାନ ଗୁରୁତର ହୋଇଛନ୍ତି। ତାଙ୍କୁ ବାଲିଗୁଡା ଡାକ୍ତରଖାନାରେ ଚିକିତ୍ସା କରାଯିବା ପରେ ଭୂବନେଶ୍ୱର ଏମସ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି। ଅପରପକ୍ଷରେ ଏହି ଘଟଣାରେ ଜଣେ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ହୋଇଥିବା ସୂଚନା ମିଳିଛି । ଉକ୍ତ ଅଂଚଳରେ କମ୍ବିଂ ଜାରୀ ରହିଥିବା ଆରକ୍ଷୀ ଅଧୀକ୍ଷକ ସୂଚନା ଦେଇଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!